ଡିସେମ୍ବରରେ ‘ଅଗ୍ନିବୀର’ଙ୍କ ଟ୍ରେନିଂ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାରେ ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା ଏବଂ  ଡିସେମ୍ବରରେ ଟ୍ରେନିଂ ଦିଆଯିବ । କେନ୍ଦ୍ରର ନୂଆ ଯୋଜନାକୁ ନେଇ ଜୋରଦାର ପ୍ରତିବାଦ ମଧ୍ୟରେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ୨୦୨୨ ମସିହାରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଅନେକ ଯୁବକଙ୍କୁ ସୁଯୋଗ ଦେବ ।ଯେଉଁମାନେ ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିଲେ, ସେମାନେ ନୂଆ ଯୋଜନାରେ ନିଯୁକ୍ତି ପାଇବେ । ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ନିଯୁକ୍ତି ହୋଇପାରିନି । ଏଥି ସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହା ପରେ ସେନା ନିଯୁକ୍ତିର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ ପାଇବ ।

Spread the love