ବିଚ୍‌ ରାସ୍ତାରେ ଜଳିଲା ବୁଲେଟ୍, ଅଳ୍ପକେ ବର୍ତ୍ତିଗଲେ ଚାଳକ

ଭୁବନେଶ୍ୱର ୨୬।୦୯ : ବିଚ୍‌ ରାସ୍ତାରେ ଜଳିଲା ବୁଲେଟ୍ । ରାଜଧାନୀର ୟୁନିଟ୍-୨ ମାକେର୍ଟ ବିଲ୍ଡିଂ ଅଞ୍ଚଳରେ ହୁତୁହୁତୁ ହୋଇଜଳିଗଲା ବୁଲେଟ୍‌ । ଅଳ୍ପକେ ବର୍ତ୍ତିଗଲେ ଚାଳକ ।

ଖବର ଅନୁଯାୟୀ, ସୋମବାର ଦିନ ମଧ୍ୟାହ୍ନ ସମୟରେ ବୁଲେଟରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାଫଳରେ ରାସ୍ତା ମଝିରେ ବୁଲେଟକୁ ଛାଡ଼ି ଜୀବନ ଦୌଡିଥିଲେ ଚାଳକ। ହେଲମେଣ୍ଟ ମଧ୍ୟ ନିଆଁ ପୋଡି ପାଉଁଶ ହୋଇଯାଇଛି। ଏସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିଛି ମିନିଟ୍ ଉଦ୍ୟମ ପରେ ବୁଲେଟକୁ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ଟିମ୍।

ତେବେ କେଉଁ କାରଣ ଯୋଗୁ ବୁଲେଟ୍‌ରେ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏକ ବଡ଼ ଦୁର୍ଘଟଣାରୁ ଗାଡ଼ି ଚାଳକ ଜଣକ ବର୍ତ୍ତିଯାଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ବୁଲେଟି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ଟିମ୍ ନିଆଁ କାରଣ ଖୋଜୁଥିବା ଜଣାପଡିଛି। ତେବେ ଚାଳକ ଯୁବକ ଜଣକ କେଉଁ ଅଞ୍ଚଳର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Spread the love