ଦେଶରେ ପରିବେଶ ବିଗାଡ଼ିବାକୁ ଯୋଜନା କରାଯାଉଥିବା ନେଇ ସବୁ ରାଜ୍ୟକୁ ସତର୍କ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ନେଇ ହଠାତ୍ ସାରା ଦେଶରେ ବିକ୍ଷୋଭ ସହ ହିଂସା ହେଉଛି। ଟ୍ରେନ୍‌ ପୋଡ଼ା ଜଳାକରାଯିବା ସହ ଲୁଟ୍ ତରାଜ ବି କରୁଛନ୍ତି ବିକ୍ଷୋଭକାରୀ। ହଠାତ୍‌ ଏମିତି ବିକ୍ଷୋଭକୁ ନେଇ ଷଡ଼ଯନ୍ତ୍ରର ଗନ୍ଧ ବାରିଛି କନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଦେଶରେ ପରିବେଶ ବିଗାଡ଼ିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ସୋସିଆଲ୍‌ ମିଡିଆ ମାଧ୍ୟମରେ ଗୁଜବ ପ୍ରଚାର କରି ପରିବେଶ ବିଗାଡ଼ିବାକୁ ଚେଷ୍ଟା କରାଯାଉଛି ବୋଲି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛି ଯାଞ୍ଚ ଏଜେନ୍ସି।

ଜାରି କରାଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଅସାମାଜିକ ବ୍ୟକ୍ତିମାନେ ବ୍ୟବସ୍ଥା ବିଗାଡିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ। ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଉଦ୍ୟମ କରିବେ। ତେଣୁ ସବୁ ରାଜ୍ୟରେ ସତର୍କ କରାଯାଉଛି ଯେ ଏଭଳି ହିଂସାକୁ ରୋକିବାକୁ ପାଇଁ ଆଗୁଆ ଅତିରିକ୍ତ ଫୋର୍ସ ପ୍ରସ୍ତୁତ ରଖ।

Spread the love