ସମାଜ ପାଇଁ କୃଷି କାର୍ଯ୍ୟର ମହତ୍ତ୍ୱ

ଉନବିଂଶ ଶତାବ୍ଦୀରେ ଶିଳ୍ପାୟନ ବିକାଶ ଫଳରେ, ସମାଜରେ ଏକ ବିଦଗ୍ଧ ଶାନ୍ତିର ଘଟିଥିଲା ବିଲୟ । ଏକ ମଧ୍ୟବିତ୍ତ ଶ୍ରେଣୀର ସୃଷ୍ଟି ହେଲା ଯେଉଁମାନେ କେବଳ କୃଷିକୁ ବିରୋଧ କରୁନଥିଲେ, ଚାଷ ଓ ଚାଷ କାମ ପ୍ରତି ତାଙ୍କର ରୁଚିର ଘୋର ଅଭାବ ରହିଥିଲା । ସେମାନେ ଥିଲେ ଶୁଦ୍ଧ ଶିଳ୍ପ ଦ୍ୱାରା ବିକାଶର ପରିପନ୍ଥୀ । ଉନବିଂଶ ଶତାବ୍ଦୀର ଏହି ଆଭିମୁଖ୍ୟକୁ ଲକ୍ଷ୍ୟ କରି ସାହିତ୍ୟିକ କୁଇନଷ୍ଟନ ଲେଖି ଥିଲେ : It is true that the rapid growth of a particular class in Europe and USA both in numbers and influence saw a industrial society who is largely hostile to agriculture.

ଯନ୍ତ୍ରଶିଳ୍ପ-ବିପ୍ଳବ କୃଷି ଉପରେ ଯେଉଁ କୁଠାରଘାତ କଲା, ତାହାର ପ୍ରତିବାଦ କରିବା ପାଇଁ କୃଷି ସମାଜ ପାଖରେ ଶକ୍ତି ନ ଥିଲା । କିନ୍ତୁ ଚାଷ କାର୍ଯ୍ୟ ସୀମାବଦ୍ଧ ହେଲା, ଏକ ପ୍ରାୟତଃ କ୍ଷୁଦ୍ର ଗରିବ ଚାଷୀ ଗୋଷ୍ଠୀ ମଧ୍ୟରେ ।
ମଧ୍ୟବିତ୍ତ ଗୋଷ୍ଠୀ ଚାଷ କାର୍ଯ୍ୟର ରୁଚି ଓ ମୂଲ୍ୟବୋଧକୁ ଅନୁସରଣ କରି ଦେଲେ । ଠିକ ଏହାର ପୁନରାବୃତ୍ତି ଭାରତବର୍ଷରେ ବିଂଶ ଶତାବ୍ଦୀରେ ଘଟିଲା । କୃଷି ଆଉ ସମାଜର କେନ୍ଦ୍ରବିନ୍ଦୁ ହୋଇ ରହିନାହିଁ । ସମାଜର ମୁଖ୍ୟ ବୃତ୍ତିର ପ୍ରତିନିଧିତ୍ଵ କରି ପାରିଲାନାହିଁ । ଏହି ପରିସ୍ଥିତିରେ ସମାଜରୁ କୃଷିର ବିଚ୍ଛେଦ ଘଟିଲା ।

କ୍ରମେ କୃଷିର ସ୍ଥାନ ଅଧିକାର କଲା ବିଭିନ୍ନ ଲଘୁ ଉଦ୍ୟୋଗ ଓ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିଯୁକ୍ତି । ରୁଚି ହୀନ କଥାକଥିତ ସାକ୍ଷର ସମାଜ ଚାଷ କାମକୁ ଘୃଣ୍ୟ ଚକ୍ଷୁରେ ଦେଖିଲେ । ଆଜି ସମାଜରେ ନୈତିକ ମୂଲ୍ୟବୋଧର ପତନ ହୋଇଅଛି ।
ଏହାର ଚାଷ ପ୍ରତି ବିତୃଷ୍ଣାର ପ୍ରତିବାଦ — ଭାରତର କୋଣ ଅନୁକୋଣରେ ହୋଇସାରିଛି — ଏବେ ଓଡ଼ିଶାର ପାଳି । ଏବେ ସମସ୍ତଙ୍କ ମନରେ ତନରେ ହୃଦୟରେ ” Agriculture for humanity’s sake”. କଂଗ୍ରେସ ହୋଇଛି ଏହି ଏହାର ମହତ ପ୍ରବକ୍ତା । ସମାଜ ପତନ ବିରୁଦ୍ଧରେ ଏହା ଚାଷୀଙ୍କ ଚୂଡାନ୍ତ ଯୁଦ୍ଧ ଘୋଷଣା । ଚାଷୀ ଉଭୟ ନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ହୋଇଅଛି । ଏହାର ପରିତ୍ରାଣ ପାଇଁ ଏ ସ୍ୱର ଆଉ ଦବିବା ଅସମ୍ଭବ । ଏ ସ୍ଲୋଗାନ ଯୁଦ୍ଧରେ ରୂପାନ୍ତରିତ ହେବ । ଏହା କେବଳ ରାଜନୈତିକ ପlମ୍ପ୍ଲେଟିଅରରେ ଅବା ସମ୍ବାଦ ରିପୋର୍ଟରେ ସୀମିତ ରହିବ ନାହିଁ ।
କଂଗ୍ରେସର ସଂକଳ୍ପ କୃଷି ଆଗେଇବ, ରାଜ୍ୟ ଆଗେଇବ, ଚାଷୀଙ୍କ ମୁଖର ହସ ସହିତ l

(ସଞ୍ଜୟ କୁମାର ବିଷୋୟୀ)

Spread the love