ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜାରି ହେଲା ଗସ୍ତ ସୂଚୀ: ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯିବେ ଚଣ୍ଡିଖୋଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ଉତ୍ସବମୁଖର ବିଜେପି । ଗସ୍ତକୁ ନେଇ ବିସ୍ତୁତ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ହାଇଦ୍ରବାଦରୁ ସିଧା ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଚଣ୍ଡିଖୋଲରେ ପହଂଚିବେ । ଅପରାହ୍ଣ ୨ଟା ୪୫ରେ ଚଣ୍ଡିଖୋଲରେ ପହଂଚିବା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଅପରାହ୍ଣ ସାଢ଼େ ୩ଟାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ନେତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ବିଜେପି ବିଧାୟକ, ସାଂସଦ ଓ ଦଳୀୟ ନେତା ଯୋଗଦେବେ ବୋଲି କହିଛନ୍ତି ମନମୋହନ ସାମଲ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତିି ପୁଲିସ କମିଶନର । ଭୁବନେଶ୍ୱର ଏୟାରପୋର୍ଟ ଠାରୁ ଚଣ୍ଡିଖୋଲ ଯିବା ପର୍ଯ୍ୟନ୍ତ, ସବୁଠି କଡ଼ାକଡ଼ି ରହିବ ସୁରକ୍ଷା । ସୁରକ୍ଷା ଦାୟିତ୍ୱରେ ୬ଜଣ ଆଡିସନାଲ ଡିସିପି, ୧୦ଜଣ ଏସିପି, ୧୯ଜଣ ଇନ୍ସପେକ୍ଟର, ୬୯ ଅଫିସର ଏବଂ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଏହାବ୍ୟତୀତ ଗୋଟିଏ ୟୁନିଟ୍ ଏସଟିଓ ଓ ଓଡ୍ରାଫ୍ ମଧ୍ୟ ନିୟୋଜିତ ହେବେ ।

Spread the love