ତେର ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ସୋର, ୨୮/୧୦: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଂଚାୟତ ର ପାକୁନା ନାୟକ ଙ୍କ କୁକୁଡ଼ା ଫାର୍ମ ରେ ଏକ ଅହିରାଜ ସାପ କୁ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ପରେ ଖବର ପାଇ ସାପଧରାଳି କାର୍ତିକ ସେଠି ଆସି ସାପଟିକୁ ଉଦ୍ଧାର କରି କୁଲଡିହା ଅଭ୍ୟାରଣ୍ୟରେ ଛାଡିଥିବା ସୂଚନା ମିଳିଛି। ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ,ଦେବେନ୍ଦ୍ର ରାଉତ, ବସନ୍ତ କୁମାର ସେଠି, ତ୍ରିଲୋଚନ ମଲିକ, ଏବଂ ହରିହର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love