AI କ୍ୟାମେରା ନଜରରେ ରହିଛି ପୁରୀ ସହର

ପୁରୀ : ଆଜି ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ପୂର୍ଣ୍ଣିମା ।  ଏହି ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ହୋଇଛି ।  ଏନେଇ ଭକ୍ତଙ୍କ ଗହଳିକୁ ନଜର ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୪୫୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ଭିତର ଏବଂ ଚତୁଃପାଶ୍ୱର୍ରେ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯାଇଛି ।  ଏହାସହିତ ଏ.ଆଇ କ୍ୟାମେରା ନଜରରେ ରହିଛି ପୁରୀ ସହର । ୪ଜଣ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

Spread the love