ସାଲିଆ ସାହିରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ

ଭୁବନେଶ୍ୱର ୧୪/ ୭ : ସାଲିଆ ସାହିରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ । ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ଓ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉ । ସାଲିଆ ସାହି ବସ୍ତିରେ ଥିବା ନୟାଗଡ଼ ସାହିରେ କରାଯାଇଛି ଚଢ଼ାଉ। ୨୨ ହଜାର ଲିଟର ପୋଚ, ୧୨ ଲିଟର ଚୋରା ଦେଶୀ ମଦ ସହ ମଦ ତିଆରି ଅନ୍ୟ ସାମଗ୍ରୀ ନଷ୍ଟ କରାଯାଇଛି । ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ପାଖାପାଖି ୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରାଯାଇଛି । ଅବକାରୀ ନୀରିକ୍ଷକ ଜଗଦୀଶ ସାମଲ ଓ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବୀର ସାମଲଙ୍କ ନେତୃତ୍ୱରେ ଚଢାଉ ଜାରି ।

Spread the love