ଏମ୍ସ୍ ରଚିଲା ଇତିହାସ , ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ୨୫ବର୍ଷର ବିଶାଳକାୟ ଟ୍ୟୁମର

ଭୁବନେଶ୍ୱର; ଭୁବନେଶ୍ଵର ଏମ୍ସର ଡାକ୍ତରୀ ଦଳ ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ଅସ୍ତ୍ରୋପଚାର ସହ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଛି। ରବୀନ୍ଦ୍ର ନାମକ ବୃଦ୍ଧ ବ୍ୟକ୍ତି ଦୀର୍ଘ ୨୫ ବର୍ଷ ହେବ ଟ୍ୟୁମରରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ଶେଷରେ ତାଙ୍କୁ ଏସବୁରୁ ଉପଶମ ମିଳିଛି। ରବୀନ୍ଦ୍ରଙ୍କ ମସ୍ତିଷ୍କ ଉପରେ ଟ୍ୟୁମର ହୋଇଥିବା ବେଳେ ଗତ ୬ମାସ ହେବ ଏହା ବୃଦ୍ଧି ପାଇବା ସହ ଯନ୍ତ୍ରଣା ବଢିଥିଲା।  ଶେଷରେ ରବୀନ୍ଦ୍ର ଭୁବନେଶ୍ଵରର ଏମ୍ସ ଆସି ଚିକିତ୍ସା କରାଇବା ପରେ ଏହା କ୍ୟାନସର ଆଡ଼କୁ ଗତି କରୁଥିବା ଜଣାପଡିଥିଲା। ତେବେ ରୋଗ ଚିହ୍ହଟ ଯେତିକି ସହଜ ଥଲା, ଏହାଠାରୁ ଅଧିକ କଷ୍ଟ ଥିଲା ଅସ୍ତ୍ରୋପଚାର ପ୍ରକ୍ରିୟା। ମୁଣ୍ଡ ଉପରର ଚମଡା ସହିତ ମସ୍ତିସ୍କ ଓ ଶରୀରରେ ରକ୍ତ ସଞ୍ଚାଳନ ଉପରେ ଯେପରି ପ୍ରଭାବ ନପଡିବ ଏହା ଡାକ୍ତରୀ ଦଳ ପାଇଁ ବଡ ଚ୍ୟାଲେଞ୍ଜ ରହିଥିଲା। ଶେଷରେ ୭ଘଣ୍ଟା ଧରି ସଫଳ ଅପରେସନ କରାଯିବା ସହ ରୋଗୀଙ୍କ ମୁଣ୍ଡରୁ ୭କେଜି ଓଜନର ବିଶାଳକାୟ ଟ୍ୟୁମରକୁ ବାହାର କରାଯାଇଛି। ରୋଗୀ ଜଣକ ଏବେ ସୁସ୍ଥ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ଏମ୍ସ କତୃପକ୍ଷ କହିଛନ୍ତି ।

Spread the love