ଏମ୍ସ ପରିସରରେ ୧୬୩ ଧାରା ଲାଗୁ, ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷିତ

ଭୁବନେଶ୍ୱର : ଏମ୍ସ ପରିସରରେ ୧୬୩ ଧାରା ଲାଗୁ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏମ୍ସର ଚାରି ପାଖରେ ବଳବତ୍ତର ରହିବ ଏହି ନିୟମ । BNSS ୧୬୩ଧାରା ଅନୁସାରେ ଏହି ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ଏମ୍ସ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପୋଲିସ । ଯେଉଁମାନେ ରୋଗୀଙ୍କୁ ଦେଖା କରିବାକୁ ଚାହୁଛନ୍ତି ସେମାନେ ଗୋଷ୍ଠୀଗତ ଭାବେ ଏଠାକୁ ଆସି ପାରିବେ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । କେହି ଦେଖା କରିବାକୁ ଚାହୁଥିଲେ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ହୋଇ ଆସିପାରିବେ ନଚେତ ହେଲ୍ଥ ବୁଲେଟିନ ମଗାଇପାରିବେ ବୋଲି ସେ କହିଛନ୍ତି ।

ଏମ୍ସ ଭୁବନେଶ୍ବରରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଗୁରୁତର ଅଛନ୍ତି । ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି । ଅଗାମୀ ୪୮ରୁ ୭୨ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଏମ୍‌ସ ନିର୍ଦ୍ଦେଶକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Spread the love