ଏମ୍‌ସରେ ସଂରକ୍ଷିତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି: ଏମ୍ସ କର୍ତ୍ତୃପକ୍ଷ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକ ପରେ ମୃତଦେହ ପରିଚାଳନା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ |ଚିହ୍ନଟ ପ୍ରକ୍ରିୟା ଜାରି ରହିଛି | ମୃତଦେହ ଚିହ୍ନଟ ନ ହେବା ଯାଏଁ କଣ୍ଟେନରରେ ରହିବ ମୃତ ଶରୀର | କଣ୍ଟେନରରେ ଥିବା ଯୋଗୁଁ ମୃତ ଶରୀର ଯେଉଁ ଅବସ୍ଥାରେ ଗ୍ରହଣ କରାଯାଇଥିଲା, ସେଭଳି ଅବସ୍ଥାରେ ରହିଛି | ଡିଏନଏ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି |ରିପୋର୍ଟ କେବେ ଆସିବ, ସେନେଇ ସ୍ପଷ୍ଟତା ନାହିଁ | ଏମ୍ସ ଭୁବନେଶ୍ଵର ପରିସରରେ ୮୧ଟି ମୃତଦେହ ରହିଛି | ୭୫ ଜଣ ଦାବିଦାର ଅଛନ୍ତି, ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି |

Spread the love