ଦିଲ୍ଲୀରୁ ମସ୍କୋ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀରୁ ମସ୍କୋ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ।  ସୂତ୍ର ଅନୁସାରେ ରଦ୍ଦ ହୋଇଥିବା ବିମାନ ଉପରେ ଯାତ୍ରୀଙ୍କୁ ଟଙ୍କା ଫେରାଇବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ରୁଷିଆ ଦୂତାବାସ ଅବଗତ କରାଯାଇଛି। ରୁଷର ଆକାଶ ମାର୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଗତିବିଧି ଯୋଗୁଁ ଯାତ୍ରୀଙ୍କୁ ବିପଦ ରହିଛି ଗତ ଏକ ମାସ ଧରି।ତେବେ ହଠାତ ଏଭଳି ନିଷ୍ପତ୍ତି ପଛର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ଇନସ୍ୟୁରାନ୍ସ ଏଜେନ୍ସି ଗୁଡିକର ନୂଆ ଘୋଷଣା ।ରୁଷ ଆକାଶରେ ବିପଦକୁ ଦେଖି ଅନ୍ତର୍ଜାତୀୟ ଇନସ୍ୟୁରାନ୍ସ ଏଜେନ୍ସି ଗୁଡିକ ମସ୍କୋକୁ ଯିବା କିମ୍ୱା ସେଠାରୁ ଆସୁଥିବା ବିମାନ ଉଡାଣ ଉପରେ ଇନସ୍ୟୁରାନ୍ସ ଦେବାକୁ ମନା କରିଛନ୍ତି । ଏଜେନ୍ସି ଗୁଡିକର ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ପକ୍ଷରୁ ଉଡାଣକୁ ବନ୍ଦ କରାଯାଇଛି।

ପ୍ରତି ସପ୍ତାହରେ ଦିଲ୍ଲୀରୁ ମସ୍କୋକୁ ୨ ଥର ଏୟାର ଇଣ୍ଡିଆର ବିମାନ ଉଡାଣ ଯାଇଥାଏ । ବର୍ତ୍ତମାନ ସମୟରେ ମସ୍କୋ ଯିବା ପାଇଁ ଟ୍ରାଞ୍ଜିଟ୍ ରୁଟର ବ୍ୟବହାର କରାଯାଇପାରେ। ଏଥିପାଇଁ ଯାତ୍ରୀଙ୍କୁ ତାସକନ୍ଦ, ଇସ୍ତାମବୁଲ, ଦୁବାଇ, ଆବୁ ଧାବି, ଦୋହା ଏବଂ ଅନ୍ୟ ଦେଶ ହୋଇ ମସ୍କୋ ଏବଂ ଦିଲ୍ଲୀ ଯାତ୍ରା କରିବାକୁ ପଡିବ।

Spread the love