ଅଧାରୁ ଫେରିଲା ଭାରତୀୟ ବିମାନ, ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ

ମେସ୍କୋ ୨୪/୦୨ :ଋଷ୍ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଦେଇଛି। ସବୁଠି ବିସ୍ଫୋରଣର ଶବ୍ଦ। ଧ୍ୱଂଶ ଲୀଳା ରଚିଛି  ଆକ୍ରମଣ।  ଏହାରି ଭିତରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ  ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ଦିଲ୍ଲୀକୁ ପୁଣି ଫେରିଆସିଛି। ୟୁକ୍ରେନ୍‌ ସମସ୍ତ ବିମାନ ସେବା ବନ୍ଦ୍‌  କରିଦେଇଛି।

ଯୁଦ୍ଧ ଘନଘଟା ଭିତରେ  କିଛି ଭାରତୀୟ ଫେରି ଆସିଥିବା ବେଳେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି ।  ଏ ସବୁ ଭିତରେ ଭାରତ ଋଷ୍‌ ଓ ୟୁକ୍ରେନ୍‌ ଭିତରେ  ହିଂସାକୁ କମ୍‌ କରିବାକୁ ଆହ୍ୱାନ୍‌ କରିଛି।  ଆଉ ଚେତାଇ ଦେଇଛି, ଏମିତି ହେଲେ ଆଗକୁ ଏକ ବଡ଼ ସଙ୍କଟ ଦେଖାଦେଇପାରେ। ସଂୟୁକ୍ତ ରାଷ୍ଟ୍ରର ମହାସଚିବ  ଏତୋନିୟା  ଗୁତାରେସ୍‌  ଋଷର ରାଷ୍ଟ୍ରପତି  ବ୍ଲାଦିମିର୍ ପୁତିନ୍‌  ଶାନ୍ତିର ସହ ଏହାର ସମାଧାନ କରିବାକୁ ଅପିଲ୍‌ କରିଛନ୍ତି।  

ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ଭୟ ସତ ହୋଇଛି।  ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରୁଛନ୍ତି। ଏମିତି କି ଋଷ୍‌ ୟୁକ୍ରେନ୍‌ ସେନାକୁ ହତିଆର୍‌ ଛାଡିଦେବାକୁ କହିଛି। ଏସବୁ ପରେ ବି ହାର୍‌ ମାନିନି ୟୁକ୍ରେନ୍‌। ପ୍ରତି ଆକ୍ରମଣ ଜାରି ରଖିଛି।

Spread the love