ବାୟୁ ପ୍ରଦୂଷଣ ହାର୍ଟ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ଦିଲ୍ଲୀ NCR ପୁଣି ଥରେ ବାୟୁ ପ୍ରଦୂଷଣର ଶିକାର ହୋଇଛି । ଏହି ପ୍ରଦୂଷଣ ଏତେ ବୃଦ୍ଧି ପାଇଛି ଯେ ଭିଜିବିଲିଟି କମ ହେବାକୁ ଲାଗିଛି ଏବଂ ଏଥିପାଇଁ ଲୋକମାନଙ୍କର ଖୋଲା ଆକାଶରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ବିଶେଷ ଭାବେ ସେହି ଲୋକମାନଙ୍କ ପାଇଁ ଏକ ଚ୍ୟାଲେଞ୍ଚ୍‌ ପାଲଟିଛି ଯେଉଁମାନଙ୍କର ଶ୍ୱାସ ରୋଗ କିମ୍ବା ହାର୍ଟ ଆଟାକ ସମସ୍ୟା ରହିଛି । ତେବେ ପବନରେ ଥିବା ପ୍ରଦୂଷିତ କଣିକା ମଣିଷଙ୍କ ପାଇଁ ବିଷଠାରୁ କମ୍ ହୋଇନଥାଏ ।

ସୂଚନା ମୁତାବକ ଡାକ୍ତର ନିଖିଲ ମୋଦି କହିଛନ୍ତି ଯେ, ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ ବହୁତ କମ ରହିଥାଏ  କିନ୍ତୁ ଏହାର ପରିଣାମ ଘାତକ ହୋଇଥାଏ । ବାୟୁ ପ୍ରଦୂଷଣ କେବଳ ଶ୍ୱାସ ରୋଗୀଙ୍କ ପାଇଁ ନୁହେଁ ବରଂ ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ଅନେକ ବିପଜ୍ଜନକ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ସାଧାରଣ ଲୋକଙ୍କ ପାଇଁ ପ୍ରଦୂଷଣ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ୱାରା ସେମାନେ ଠିକ୍ ସମୟରେ ନିଜକୁ ସେହି ସମସ୍ୟାରୁ ରକ୍ଷା କରିପାରିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଏହି ସମସ୍ୟାରୁ ରକ୍ଷା ପାଇବେ ।

ହାର୍ଟ ପାଇଁ କେତେ ବିପଜ୍ଜନକ ?
ଡାକ୍ତର ନିଖିଲ ମୋଦି କହିଛନ୍ତି ଯେ ଆମେ ପ୍ରାୟତଃ ବାୟୁରେ ଥିବା ବିଷାକ୍ତ କଣିକା ବିଷୟରେ ଶୁଣୁ କିନ୍ତୁ ଅଧିକାଂଶ ଲୋକ ଏପରି ଅଛନ୍ତି, ଯେ ସେମାନେ ଏହି ବିଷୟରେ ଠିକ୍‌ ଭାବେ ଜାଣିନାହାନ୍ତି । ବାୟୁରେ ଥିବା କଣିକା ପଦାର୍ଥ, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଏବଂ କାର୍ବନିକ୍‌ କମ୍ପାଉଣ୍ଡରେ ବଢୁଥିବା ପ୍ରଦୂଷକ ସ୍ତରର ବୃଦ୍ଧି ହେତୁ ସାରା ବିଶ୍ୱରେ ହାର୍ଟ ଆଟାକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପରିବେଶରେ ଥିବା ବିଷାକ୍ତ ଉପାଦାନ ମଣିଷଙ୍କ ସହିତ ଅଧିକ ସମୟ ଧରି ରହିବା ହେତୁ ବ୍ଲଡ ପ୍ରେସର ସମସ୍ୟା ମଧ୍ୟ ହୋଇଥାଏ । ଏହି କାରଣରୁ ହାର୍ଟ ଆଟାକ ଓ ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏପରି ଆହୁରି ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ହୋଇପାରେ ।

ନିଜକୁ ସୁରକ୍ଷିତ ରଖିବେ କିପରି :

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ଫେସ୍ ମାସ୍କ ପିନ୍ଧନ୍ତୁ । ଏହା ସହିତ, ନିଜକୁ ସମ୍ପୂର୍ଣ୍ଣ ହାଇଡ୍ରେଟ୍ ରଖନ୍ତୁ । ଏହା ସହିତ ବ୍ଲଡ ପ୍ରେସର ଓ ଡାଇବେଟିସ୍‌ ମଧ୍ୟ ଚେକ୍‌ କରାଇବା ଉଚିତ୍ । ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଯେପରିକି କମଳା, ଅଙ୍ଗୁରୁ ଏବଂ ହଳଦୀ ଇତ୍ୟାଦି ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ । ଓମେଗା – ୩ ଫ୍ୟାଟି ଏସିଡରେ ଭରପୂର ଖାଦ୍ୟ ପଦାର୍ଥକୁ ଆପଣଙ୍କ ଖାଦ୍ୟରେ ସଲମାନ ମାଛକୁ ମଧ୍ୟ ସାମିଲ କରନ୍ତୁ । ଏହା ସହିତ ବ୍ରିଦିଂ ଏକ୍ସରସାଇଜ୍‌ ମଧ୍ୟ କରନ୍ତୁ । ଯାହା ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ବଞ୍ଚି ପାରିବେ ।

Spread the love