ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଆଜିଠୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି କରାଯିବ । ବିମାନ ବନ୍ଦର ପହଞ୍ଚୁଥିବା ସବୁ ଯାତ୍ରୀଙ୍କ ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଡବଲ ଡୋଜ୍‌ ଟିକା ପ୍ରମାଣପତ୍ର ଏବଂ ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ଥିଲେ ମଧ୍ୟ ପୁଣି ଥରେ ବିମାନବନ୍ଦରରେ ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମ୍‌ସି ନୋଟିସ୍‌ ଜାରି କରିଛି।

ଏହାସହ ବିଦେଶରୁ ରାଜଧାନୀକୁ ଫେରୁଥିବା ଯାତ୍ରୀମାନେ ବିଏମ୍‌ସିକୁ ଯୋଗଯୋଗ କରି ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସମସ୍ତ ନିୟମକୁ କଡ଼ାକଡ଼ି କରିବାକୁ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁବିଏମ୍‌ସି ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ସମେତ ଝାରସୁଗୁଡ଼ା ବିମାନବନ୍ଦରରେ ମଧ୍ୟ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love