SIIMA 2024: ଐଶ୍ୱର୍ଯ୍ୟା ରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ଦୁବାଇରେ ଆୟୋଜିତ ‘SIIMA 2024’ରେ ଛାଇ ଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ । ‘ପୋନ୍ନିୟିନ୍‌ ସେଲଭନ: II’ରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର କ୍ରିଟିକ୍ସ ଆଓ୍ୱାର୍ଡ ଜିତିଛନ୍ତି ଐଶ୍ୱର୍ଯ୍ୟା ।

ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ରାୟ ଦୁବାଇରେ ପହଞ୍ଚିଛନ୍ତି । ଅଭିନେତ୍ରୀ ଏଠାରେ ସିମା ଆଓ୍ୱାର୍ଡ ସେରିମନିରେ ଯୋଗଦେଇଛନ୍ତି । ଆଓ୍ୱାର୍ଡ ଶୋ’ରୁ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ବ୍ଲାକ୍‌ ଆଣ୍ଡ ଗୋଲଡେନ ଅନାରକଲି ସୁଟ୍‌ରେ ଅଭିନେତ୍ରୀ କୌଣସି ଡିଭାଠାରୁ କମ୍‌ ଲାଗୁ ନ ଥିଲେ ।

ଏହିପରି ଐଶ୍ୱର୍ଯ୍ୟାଙ୍କ ପ୍ରିନ୍ସେସ ଆରାଧ୍ୟା ସିଲ୍‌ଭର ଓ ବ୍ଲାକ୍‌ ଡ୍ରେସ୍‌ରେ ଗର୍ଜିୟସ୍‌ ଲାଗୁଥିଲେ । ଆରାଧ୍ୟା ଆଇଲାଇନର, ଲିପ୍‌ ଗ୍ଲସ୍‌ ଲଗାଇ ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିଥିଲେ । ସବୁଠାରୁ ଖାସ୍‌ କଥା ହେଉଛି, ଐଶ୍ୱର୍ଯ୍ୟା ଷ୍ଟେଜ ଉପରକୁ ପୁରସ୍କାର ଗ୍ରହଣ କରିବାକୁ ଗଲା ବେଳେ ଆରାଧ୍ୟା ତାଙ୍କର ସ୍ପେଶାଲ ମୋମେଣ୍ଟ୍‌କୁ ଫୋନ୍‌ରେ କ୍ୟାପ୍‌ଚର କରିଥିଲେ । ସେ ମା’ଙ୍କର ଅନେକ ଫଟୋ କ୍ଲିକ୍‌ କରିିଥିଲେ ।

ଆରାଧ୍ୟା ପୂରା ଟାଇମ୍‌ ମା’ଙ୍କ ହାତ ଧରିଥିବାର ନଜର ଆସିଥିଲେ । ମା’, ଝିଅଙ୍କ ବଣ୍ଡ୍‌ ଏବଂ ପ୍ରେମ ପୁଣିଥରେ ପ୍ରଶଂସକମାନଙ୍କ ହୃଦୟ ଜିତିନେଇଛି । ଫ୍ୟାନ୍‌ମାନଙ୍କ କହିବା ହେଲା, ଆରାଧ୍ୟା ହିଁ ଐଶ୍ୱର୍ଯ୍ୟାଙ୍କର ସବୁଠାରୁ ବଡ଼ ସପୋର୍ଟ ସିଷ୍ଟମ୍‌ । ସେ ସବୁ ସମୟରେ ମା’ଙ୍କ ସହିତ ଛାଇ ଭଳି ରହିଛନ୍ତି ।

Spread the love