ଅଜୟ-ରୋହିତଙ୍କ ଯୋଡି ପୁଣି କରିବ ଧମାଲ, ଖୁବ୍‌ ଶୀଘ୍ର ଆରମ୍ଭ ହେବ ସୁଟିଂ

ମୁମ୍ବାଇ ୦୩।୦୮: ବଲିଉଡର ହିଟ୍ ନିର୍ଦ୍ଦେଶକ ଏବଂ ଅଭିନେତା ଯୋଡି ପୁଣି ଥରେ ଏକାଠି ଦେଖିବାକୁ ମିଳିବ ।  ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀଙ୍କ ଡ୍ରାମା ଫିଲ୍ମ ସିଙ୍ଘମ୍ ଏବଂ ସିଙ୍ଗହମ୍ ରିଟର୍ନସର ସଫଳତା ପରେ ଏହି ଯୋଡି ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଅଜୟ ଏବଂ ରୋହିତ ସିଙ୍ଘମଙ୍କୁ ଆଗକୁ ବଢାଇବା ନେଇ ପ୍ଲାନିଂ ପାଇଁ ଲାଗି ପଡିଛନ୍ତି। ବର୍ତ୍ତମାନ ସିଙ୍ଘମର ପାର୍ଟ-୩ କାମ ଶୀଘ୍ର ଆରମ୍ଭ ହୋଇଯାଇଛି।

ଏନେଇ ଏକ ସାକ୍ଷାତକାର ସମୟରେ ରୋହିତ ଶେଟ୍ଟୀ ନିଜେ ପ୍ରକାଶ କରି କହିଛନ୍ତି ଯେ ସେ ଶୀଘ୍ର ସିଙ୍ଘମ୍‌  ପାଇଁ ସୁଟିଂ ଆରମ୍ଭ କରିବେ। ଅଜୟ ଦେବଗନ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ହେବେ। ଏହି ଖବର ଆସିବା ପରେ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ନୂଆ ପାର୍ଟକୁ ପ୍ରଶଂସକମାନେ ବହୁତ ଆଶା ରଖିଛନ୍ତି । କୁହାଯାଉଛି କି ଏଥର ଦମ୍‌ଦାର ଆକ୍ସନ୍ ସିନ୍‌ ମଧ୍ୟ ଦେଖିବାକୁ ମିଳିବ । ମିଳିଥିବା ସୂଚନା ଅନୁଯାୟୀ ରୋହିତ ଆସନ୍ତା ବର୍ଷ ଏପ୍ରିଲରେ ସିଙ୍ଘମ୍‌ ସୁଟିଂ କରିବେ। କାରଣ ବର୍ତ୍ତମାନ ଅଜୟ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଏବଂ ରୋହିତଙ୍କର ମଧ୍ୟ ହାତରେ ଅନେକ ପ୍ରୋଜେକ୍ଟ ଅଛି । ଏଥିପାଇଁ ଏହାର ସୁଟିଂ ବିଳମ୍ବ ହୋଇପାରେ।

Spread the love