ଅଭିନେତା ଅଜିତ୍ ଦାସଙ୍କୁ କରୋନା

ବରିଷ୍ଠ ଲୋକପ୍ରିୟ ଓଲିଉଡ ଅଭିନେତା ଅଜିତ୍ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି।ଗତକାଲି ରାତି ୨ଟା ସମୟରେ ଅଜିତଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ତାଙ୍କ ଝିଅଙ୍କୁ ଜଣାଇଥିଲେ। ଏହାସହ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ମୋହନ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଜଣାଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Spread the love