କଞ୍ଚା କଦଳୀ ଚୋପା ଚଟଣୀ

ଆବଶ୍ୟକ ସାମଗ୍ରୀ : କଦଳୀ ଚୋପା(୬ଟି), ନଡିଆ, ପୋସ୍ତ ପେଷ୍ଟ, କଞ୍ଚାଲଙ୍କା, ସୋରିଷ ତେଲ, ଲୁଣ, ଚାଟ୍‌ ମସଲା, ଲେମ୍ବୁ ରସ।

ପ୍ରସ୍ତୁତି ପ୍ରଣାଳୀ : କଦଳୀ ଚୋପା ଚଟଣୀ କରିବା ପାଇଁ ପ୍ରଥମେ କଦଳୀରୁ ଚୋପା ଛଡାଇ ଭଲଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ପକାଇ ଅଳ୍ପ ସିଝାଇ ଦିଅନ୍ତୁ। ଏହା ସିଝିଗଲା ପରେ କାଢିଦିଅନ୍ତୁ। ଏହାକୁ ଅଧିକ ସିଝାଇବେନି ନଚେତ ଏହାର ଟେଷ୍ଟ ଭଲ ଲାଗିବ ନାହିଁ। କଦଳୀ ଚୋପା ସିଝାଇବା ବେଳେ ଅଳ୍ପ ଟିକେ ତେଲ ପକାଇ ଦିଅନ୍ତୁ । ଏମିତି କଲେ କଦଳୀ କସ ଆଉ ବାସନରେ ଲାଗିବ ନାହିଁ। ଏବେ ସିଝା କଦଳୀ ଚୋପାକୁ ଥଣ୍ଡା କରି ସେଥିରେ କଞ୍ଚାଲଙ୍କା, ନଡିଆ, ପୋସ୍ତ ପେଷ୍ଟ ଏବଂ ଲୁଣ ସ୍ୱାଦନୁସାରେ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଚାଟ୍‌ ମସଲା, ଲେମ୍ବୁ ରସକୁ ପକାଇ ହାତରେ ଭଲଭାବେ ମିଶାଇ ଦିଅନ୍ତୁ। ଏକ ପ୍ୟାନରେ ଛୁଙ୍କ ମାରିବା ପାଇଁ ତେଲ ଗରମ କରି ତଡକା ମାରନ୍ତୁ। ଯଦି ତଡକା ପସନ୍ଦ ନୁହେଁ ଆପଣ କେବଳ ସୋରିଷ ତେଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇପାରିବେ।

Spread the love