ଭୂମିକାଙ୍କ ହାତ ଧରିଲେ ଅମ୍ଳାନ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ଅମ୍ଳାନ ଦାସ ଆଜି ଜୀବନ ଦ୍ୱିତୀୟ ଇଂନିସ ଖେଳିଛନ୍ତି। ଆଜି ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କୁ ବିହାହ କରିଛନ୍ତି। ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ ଉପସ୍ଥିତ ଥିବା ଜଣାଯାଇଛି। ଗତ ଡିସେମ୍ବର ମାସ ୮ ତାରିଖରେ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କର ଜୀବନସାଥୀ ଭୂମିକା କିନ୍ତୁ ଫିଲ୍ମଦୁନିଆ ସହ ଜଡ଼ିତ ନୁହନ୍ତି ବୋଲି ଜଣାପଡ଼ିଛି। ଓଲିଉଡର ଜଣେ ବ୍ୟସ୍ତ ନାୟକ ହେଲେ ଅମ୍ଳାନ । ଓଲିଉଡରେ ଷ୍ଟାରସନ୍‌ ଅମ୍ଳାନ ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌କେ ମୁରଲୀ ଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ଏଣ୍ଟ୍ରି ନେଇଥିଲେ।  ଅମ୍ଳାନଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ‘ନୂଆ ନୂଆ ପ୍ରେମରେ’, ‘ସପନର ପଥେ ପଥେ’, ‘ବଜରଙ୍ଗୀ’ ଓ ‘ଫ୍ରମ୍ ମି ଟୁ ୟୁ’ ‘ଟାର୍ଗେଟ’, ‘ତୁ ମୋ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘କଲେଜ୍‌ ଟାଇମ୍‌’, । ଏବେ ତାଙ୍କ ଅଭିନୀତ ‘ରାଜା ସାହିବା’, ବାଜିବଲୋ ସାହାନାଇ’ ଏବଂ ‘ରୋମିଓ ରାଜା’ ଆଦି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି।

Spread the love