ଅଲାରନାଥଙ୍କ ଅନବସର ଦର୍ଶନକୁ ଭକ୍ତଙ୍କ ଲମ୍ବା ଲାଇନ୍‌

ପୁରୀ : ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିବଦଳରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଆସୁଛନ୍ତି।
ରବିବାର ଛୁଟି ଦିନ ଥିବାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବାଠାରୁ ହିଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ନୀତିକାନ୍ତି ଆରମ୍ଭ ହୋଇଥିଲା।

Spread the love