ଆଲବମ୍ କୁଇନରୁ ସନ୍ୟାସିନୀ, ଶ୍ୱେତା ମଲ୍ଲିକ ଏବେ ମାତା ମାହେଶ୍ୱରୀ

ଦିନେ ଓଡିଆ ଆଲବମ ଜଗତର ସେ ଥିଲେ କୁଇନ୍ । ତାଙ୍କ ନାଚରେ  ଫାଟିପଡୁଥିଲା ଦର୍ଶକଙ୍କ ତାଳି । ଟିଭି ଛାଡି ଯାଉନଥିଲେ ଦର୍ଶକ । କିନ୍ତୁ ରୂପେଲି ପରଦାର ମୋହ ଓ ଚାକଚକ୍ୟର ଦୁନିଆ ତାଙ୍କୁ ବାନ୍ଧି ରଖିପାରିଲାନି ବେଶି ଦିନ ।  ରିଲ ଲାଇଫରେ ଅନେକ ଲୋକଙ୍କ ମନ ମୋହୁଥିଲେ ।

  ସେ ମୋହକୁ ତୁଟାଇ ସନ୍ୟାସିନୀ ହୋଇଛନ୍ତି । ରିଲ ଲାଇଫ, ମୁହଁରେ ମେକ ଏବୟ ଷ୍ଟାଇଲ ମାରି ଚାଲିବା ଏ ସବୁକୁ ସେ ପୁରା ଭୁଲିଯାଇଛନ୍ତି।   ଆମେ କହୁଛୁ ବିଗତ ଦିନର ଆଲବମ ହିରୋଇନ ଶ୍ୱେତା ମଲ୍ଲିକଙ୍କ କଥା । ଏହି ଆଲବମ ହିରୋଇନ ଏବେ ସାଂସାର ମାୟା ତ୍ୟାଗ କରି ହୋଇଯାଇଛନ୍ତି ସନ୍ୟାସିନୀ । ଆଉ ଜୟପୁରରେ ରହି ଲୋକଙ୍କୁ ଦେଉଛନ୍ତି ମୋକ୍ଷପ୍ରାପ୍ତିର ମାର୍ଗ । ସେ ବିବାହ କରିବା ପରେ ନିଜ ସ୍ୱାମୀଙ୍କ ସହ ଲୋକଙ୍କୁ ଦେଖାଉଛନ୍ତି ସମସ୍ୟା ସମାଧାନର ମାର୍ଗ । ଭକ୍ତଙ୍କ ମହଲରେ ଶ୍ୱେତା ମଲ୍ଲିକା ଏବେ ମାତା ମାହେଶ୍ୱରୀ ନାଁରେ ଜଣାଶୁଣା ।

ଶ୍ୱେତାଙ୍କ ସ୍ୱାମୀ ହେଉଛନ୍ତି ,ବାବା- ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତ୍ତା । ଶେଷ ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡି ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି ମାତା ମହେଶ୍ୱରୀଙ୍କ ବିଶ୍ୱରୂପ ଫଟୋ । ଜୟପୁରର ସୌରାଗୁଡାରେ ଆୟୋଜିତ ଆଦ୍ୟ ଅନନ୍ତ ଲଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଅବିର୍ଭାବ ହୋଇଛି ଏହି ବାବା-ମାତାଙ୍କର । ସ୍ଥାନୀୟ ଲୋକ କହିଛନ୍ତି, ବାବା ତନ୍ତ୍ର ମନ୍ତ୍ର କରନ୍ତି ଏବଂ ଝଡା ଫୁଙ୍କା କରି ରୋଗ ଭଲ କରିଥାନ୍ତି । ଯଜ୍ଞରେ ସେ ଭକ୍ତଙ୍କ ଠାରୁ ଟଙ୍କା ବି ନିଅନ୍ତି ନାହିଁ ।

Spread the love