‘RRR’ ରେ ସୀତା ହେବେ ଆଲିଆ

ଚଳିତ ବର୍ଷର ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ଆରଆରଆର'(RRR) ର ନିର୍ମାତା ଫିଲ୍ମକୁ ନେଇ ବଡ ଖୁଲାସା କରିଛନ୍ତି। ମାର୍ଚ୍ଚ ୧୫ ତାରିଖ ସକାଳ ୧୧ଟା ରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ୍ କରିବେ ବୋଲି ନିର୍ମାତା କହିଛନ୍ତି। ନିର୍ମାତା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ୧୫ ତାରିଖରେ ଆଲିଆ ଭଟ୍ଟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି ହେବ। ଏହି ଅବସରରେ ଆଲିଆଙ୍କୁ ଫିଲ୍ମ ନିର୍ମାତା ଏକ ଖାସ ଉପହାର ଦେବେ।‘ଆରଆରଆର’ର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରାଯାଇଛି ଯେ,”ଆମ ସୀତାଙ୍କୁ ଦେଖନ୍ତୁ।” ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁ୍କ ସୋମବାର ସକାଳ ୧୧ଟାରେ ସାମ୍ନାକୁ ଆସିବ। ଏହି ଟ୍ୱିଟକୁ ରିଟ୍ୱିଟ କରି ଆଲିଆ ହାର୍ଟ ଇମୋଜୀ ସେୟାର କରିଛନ୍ତି। ସୂତ୍ର ଅନୁଯାୟୀ, ଏହି ଫିଲ୍ମରେ ଆଲିଆଙ୍କ ନାଁ ସୀତା। ଫିଲ୍ମରେ ଜୁନିୟର୍ ଏନଟିଆର୍ (Jr. NTR) ଓ ରାମ ଚରଣ ଏକାସଙ୍ଗେ ବଡ ପରଦାରେ ଧୁମ୍ ମଚାଇବେ।ଫିଲ୍ମ ‘ଆରଆରଆର’ ଘୋଷଣା ପରେ ଦର୍ଶକ ଫିଲ୍ମର ଯାଦୁ ଦେଖିବାକୁ ଅପେକ୍ଷା କରି ବସିଛନ୍ତି। ଫିଲ୍ମର ସମସ୍ତ ଚରିତ୍ରର ପୋଷ୍ଟର ଓ ଲୁକ୍ସ କୁ ଜନତା ଖୁବ ପ୍ରଶଂସା କରିଛନ୍ତି। ଫିଲ୍ମ ‘ଆରଆରଆର’ରେ ଅଜୟ ଦେବଗନ, ଆଲିଆ ଭଟ୍ଟ, ରାମ ଚରଣ, ଏନଟିଆରଙ୍କ ଭଳି କଳାକାର ଅଭିନୟ କରୁଛନ୍ତି। ଏସ.ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ଦାବି କରାଯାଉଛି।

୨୦୨୧ ଅକ୍ଟୋବର ୧୩ରେ ଫିଲ୍ମ ସିନେମାହଲରେ ରିଲି୍ଜ ହେବ। ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହେବାପରେ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି।

Spread the love