ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ କରାଗଲା ଟ୍ୟାଗିଂ, ସହଜରେ ଜାଣି ହେବ କଇଁଛଙ୍କ ଗତିବିଧି

ବ୍ରହ୍ମପୁର ୨୨।୧୨: ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ୍ ରିଡଲେଙ୍କୁ ଟ୍ୟାଗିଂ କରିଛନ୍ତି ବନ ବିଭାଗ ଏବଂ ଜୋଲିଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । ୧୧ଟି ଅଣ୍ଡିରା ଏବଂ  ୧୧ ଟି ମାଈ ଏପରି ମୋଟ  ୨୨ ଟି ଅଲିଭ୍ ରିଡଲେଙ୍କୁ ଟ୍ୟାଗ୍ କରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଭଳି ଟ୍ୟାଗ୍ ଦ୍ବାରା ଅଲିଭ୍ ରିଡଲେଙ୍କ ଆଗମନ, ଅବସ୍ଥିତି ସଂପର୍କରେ ସହଜରେ ଜାଣି ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ୨୦୨୧ ମସିହା ଜାନୁୟାରୀ ମାସରେ ଓଡିଶାରେ ଏଭଳି ଟ୍ୟାଗିଂ ଆରମ୍ଭ କରାଯାଇଥିବା ବେଳେ ପାଖାପାଖି  ୨୫ ବର୍ଷ ପରେ ଏହା ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି ।

ଏ ପର୍ଯ୍ୟନ୍ତ ୧୫୫୬ ଅଲିଭ୍ ରିଡଲେଙ୍କୁ ଟ୍ୟାଗ୍ କରାଯାଇଥିବା ସୂଚନା ରହିଛି। ସେପଟେ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ମିଳନ ଆରମ୍ଭ ହୋଇଥିବା ମଧ୍ୟ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love