ଶାଶୁଙ୍କ ମୃତଦେହକୁ ଧରି କାନ୍ଦୁଥିବା ବେଳେ ବୋହୂର ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଆଲିଗଡ଼ର ଅକରାବାଦ କୋତବାଲି ଗ୍ରାମ ନଗାରିୟା ପଟ୍ଟି ଚାହରମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ କେହି ବିଶ୍ବାସ କରି ପାରୁନାହାନ୍ତି। ଏମିତି ବି ମୃତ୍ୟୁ ଆସେ ବୋଲି ଲୋକେ କୁହାକୁହି ହେଉଛନ୍ତି।ଘଟଣାଟି ହେଉଛି ଏପରି। ଗତବୁଧବାର ନଗରିୟା ପଟ୍ଟି ଚାହରମରେ ବସବାସ କରୁଥିବା ୬୫ବର୍ଷୀୟ ମାୟାଦେବୀଙ୍କ ମୃତ୍ୟୁ ହୋଇଥିଲା। ମାୟାଦେବୀଙ୍କ ୪ସନ୍ତାନ ରହିଛନ୍ତି। ୪ ସନ୍ତାନ ମଧ୍ୟରୁ ସାନ ପୁଅ ଅଜୟ କୁମାର ପରିବାର ସହିତ ଆଲିଗଡ଼ରେ ବସବାସ କରନ୍ତି। ସେ ମା’ଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଲକ୍ଷ୍ମୀ ଦେବୀ ଓ ପିଲାଙ୍କୁ ଧରି ଘରେ ପହଞ୍ଚିଥିଲେ। ଶାଶୁଙ୍କୁ ହରାଇ ବୋହୂ ଲକ୍ଷ୍ମୀ ଭୋଭୋ ହୋଇ କାନ୍ଦିଥିଲେ। ସମୟସମୟରେ ଅଚେତ ହୋଇପଡ଼ୁଥିଲେ। ଏଭଳି ସମୟରେ ଶାଶୁଙ୍କ ମୃତଦେହକୁ ଧରି ଲକ୍ଷ୍ମୀ କାନ୍ଦୁଥିବା ବେଳେ ତାଙ୍କର ବି ପ୍ରାଣବାୟୁ ଉଡ଼ି ଯାଇଥିଲା। ସେ ଶାଶୁଙ୍କ ପାଦତଳେ ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ଉଦ୍ଧାର କରି ଲକ୍ଷ୍ମୀଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ବି ମୃତଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, ବୋହୂ ଲକ୍ଷ୍ମୀଙ୍କ ବିବାହକୁ ୧୨ବର୍ଷ ବିତି ଗଲାଣି। କିନ୍ତୁ କେ‌ବେ ବି ସେ ତାଙ୍କ ଶାଶୁଙ୍କ ସହିତ ଉଚ୍ଚସ୍ବରରେ କଥା ହୋଇନାହାନ୍ତି। ଶାଶୁମାୟାଦେବୀଙ୍କୁ ଲକ୍ଷ୍ମୀ ଖୁବ ଭଲ ପାଆନ୍ତି। ଆଉ ମାୟାଦେବୀ ବି ବୋହୂଙ୍କୁ ଝିଅ ପରି ସ୍ନେହ କରନ୍ତି। ତେବେ ଶାଶୁ ଓ ବୋହୂଙ୍କ ଏଭଳି ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।

Spread the love