କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ବାର୍ତା ଦେଲେ ସମଗ୍ର ରାଜ୍ୟବାସୀ : ସମୀର ମହାନ୍ତି

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି  ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ । କରୋନା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗରିବ ଭାଇ ଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କୁ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଆଶାର ଆଲୋକ ଦିଗରେ ଆଗେଇବା ପାଇଁ ଆଜି ଓଡିଶାବାସୀଙ୍କ ସମେତ ରାଜ୍ୟ  ସଭାପତି ଶ୍ରୀ ସମୀର ମହାନ୍ତି ନିଜ ପରିବାର ସହ ଘର ଆଗରେ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଜି ରାତି ୯ ଟା ସମୟରେ ୯ ମିନଟ ପାଇଁ ରାଜ୍ୟବାସୀ  ସ୍ୱତଃପ୍ରବୃତ ଭାବେ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ ଏବଂ ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଓ ମୋବାଇଲ ଫ୍ଲାସ ଲାଇଟକୁ ଜଳାଇଥିଲେ । କୌଣସି ବ୍ୟକ୍ତି ନିଜ ଘରୁ ନବାହାରି ସାମାଜିକ ଦୂରତାକୁ ବଜାୟ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ପାଳନ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।  କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ସମଗ୍ର ରାଜ୍ୟବାସୀ ବାର୍ତା ଦେଇଛନ୍ତି ।  ଏହି ଆଲୋକ କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ  ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love