ଭାରତର ଅଗ୍ନି-୫କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା: ଚୀନ, ପାକିସ୍ତାନ ପର୍ଯ୍ୟନ୍ତ ପହଁଚିବାର କ୍ଷମତା ରଖିଛି ଭାରତୀୟ କ୍ଷେପଣାସ୍ତ୍ର

ଭାରତୀୟ କ୍ଷେପଣାସ୍ତ୍ରକୁ ଡରିବ ବିଶ୍ୱ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି ମିଜାଇଲର ରେଂଜ ରହିଛି ୫ହଜାର କିଲୋମିଟର । ହେଲେ ଏଥିରେ କିଛି ପରିବର୍ତନ କରାଯାଇ ଲକ୍ଷ୍ୟଭେଦ କ୍ଷମତାକୁ ୭ ହଜାର କିଲୋମିଟର କରାଯାଇପାରିବ ବୋଲି ଡିଆରଡିଓ ସୂଚନା ଦେଇଛି । ଏହାଦ୍ୱାରା ଚାନ୍ଦିପୁରରୁ ଚୀନର ବଡ ବଡ ସହରକୁ ଟାର୍ଗେଟ କରି ପାରିବ ଏହି ମିଜାଇଲ୍ । ଡିସେମ୍ବର ୧୫ ତାରିଖରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା । ଆଉ ଏହାର ଠିକ ଦୁଇ ଦିନ ପରେ ଭାରତର ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ରେଂଜ ବଢାଇ ହେବ ବୋଲି ସୂଚନା ଦେଇଛି ଡିଆରଡିଓ । ଆଉ ଯଦି ଅଗ୍ନି-୫ର ରେଂଜକୁ ୭ ହଜାର କିମି କରାଯାଏ, ତେବେ ଏହାର ରେଂଜରେ ପଡୋଶୀ ପାକିସ୍ତାନ, ଚୀନ ସମେତ ପୁରା ଏସିଆ ଆସିଯିବ । ଏହାଛଡା ୟୁରୋପର ଅଧା ଅଂଚଳ ଓ ଆଫ୍ରିକାର କିଛି ଦେଶ ମଧ୍ୟ ଅଗ୍ନି-୫ କ୍ଷେପଣାସ୍ତ୍ରର ରେଂଜରେ ଆସିବ । କହିବାକୁ ଗଲେ ଅଗ୍ନି-୫ର ରେଂଜରେ ଅଧା ଦୁନିଆ ଆସିଯିବ । ଚଳିତ ମାସ ଆରମ୍ଭରେ ଚୀନ ସୀମାନ୍ତ ତୱାଙ୍ଗ ସେକ୍ଟରରେ ଡ୍ରାଗନ ସେନା ସହ ସଂଘର୍ଷ ଭିତରେ ଚାନ୍ଦିପୁରରୁ ସଫଳତାର ସହ ଅଗ୍ନି-୫ ମିଜାଇଲର ପରୀକ୍ଷଣ କରିଥିଲା ଭାରତ । ଆଉ ଏହାକୁ ଚୀନ ପାଇଁ ଚେତାବନୀ ବୋଲି କୁହାଯାଉଛି ।

Spread the love