ଆସନ୍ତା ୨୯ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର  : ଜୁଲାଇ ୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ନବନିଯୁକ୍ତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଜୁନ ୨୯ ସକାଳ ୧୧ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ଗୃହ ପରିଚାଳନା ନିମନ୍ତେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି । ଏଥିସହ ଏବେ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Spread the love