ମଝି ଚିଲିକାରୁ ଉଦ୍ଧାର ହେଲେ ସମସ୍ତ ୬୦ ଡଙ୍ଗା ଯାତ୍ରୀ

ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗାରୁ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ସାତପଡ଼ା ଚିଲିକାରେ ଆଜି ଦିନ ପ୍ରାୟ ୧ଟା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ଯାଇଥିଲା ଡଙ୍ଗା। ତେବେ ଅଳ୍ପକେ ବର୍ତ୍ତିଗଲେ ୬୦ ଯାତ୍ରୀ । ଡଙ୍ଗାରେ ୬୦ ଯାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଥିଲା। ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ କିଛି ବାଟ ଯିବା ପରେ ମେସିନ ଖରାପ ହେଇ ଯାଇଛି । ଯାହା ଫଳରେ ଯାତ୍ରୀମାନେ ଚିଲିକା ମଝିରେ ପ୍ରାୟ ୧ଘଣ୍ଟା ଅଟକି ରହିଥିଲେ । ଯାତ୍ରୀ ମାନଙ୍କ ଚିତ୍କାର ଶୁଣି ଚିଲିକାରେ ମାଛ ଧରୁଥିବା ମତ୍ସଜୀବୀ ଘଟଣା ସ୍ଥଳରେ ପହଞ୍ଚି ନିଜ ଡଙ୍ଗାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ସାତପଡ଼ା ଚିଲିକାରେ ଏଭଳି ଘଟଣା ଘଟୁଛି। ମାତ୍ରାଧିକ ଯାତ୍ରୀ ଓ ବାଇକ୍ ଚିଲିକା ପାର ହେଉଥିଲେ ମଧ୍ୟ ଘାଟ ପାଖରେ ପ୍ରଶାସନ କୌଣସି ସୁରକ୍ଷିତ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି। ଘାଟ ଡଙ୍ଗାରେ ଯାତ୍ରୀ ମାନଙ୍କ ପାଇଁ ଲାଇଫ ଜାକେଟ ର କୌଣସି ବ୍ୟବସ୍ଥା ମଧ୍ୟନାହିଁ ।

Spread the love