ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ

ଜାତୀୟ ରାଜପଥ ଉପରେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ।କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚନ୍ଦନପୋଖରୀ-ଜୟନଗର ରାସ୍ତାର ଚେରଣ୍ଟପଡ଼ା ଛକ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ହେଉଛନ୍ତି କାଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ(୨୮)।

ଗତକାଲି ୪ଟା ସମୟରେ ରାଜକନିକା ବଜ଼ାରରୁ ସ୍କୁଟିରେ ପରିବା ନେଇ ଘରକୁ ଫେରୁଥିବା ବେଳେ ଚେରଣ୍ଟପଡ଼ା ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୁଧାଂଶୁଙ୍କର ମୃତ୍ୟୁ ଘଟିଛି। ରାଜକନିକା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ପୁଅକୁ ଧମକ ଚମକ ଦିଆଯିବା ସହ ଟଙ୍କା ମଗା ଯାଉଥିଲା ସେହି କାରଣକୁ ନେଇ ସୁଧାଂଶୁଙ୍କୁ ଗଳାକାଟି ହତ୍ୟା କାରାଯାଇଛି ବୋଲି ତାଙ୍କ ବାପା କହିଛନ୍ତି। ସୁଧାଂଶୁ ୧ମାସ ହେବ ପ୍ରେମ ବିବାହ କରିଥିଲେ।ସେନେଇ ପୋଲିସର ପ୍ରତିକ୍ରୟା ମିଳିପାରିନାହିଁ।

Spread the love