ଭୁବନେଶ୍ବର AIIMS ହସ୍ପିଟାଲ୍‌ରେ ଲାଗିବ ୨ଟି ECMO ମେସିନ୍‌

ଭୁବନେଶ୍ବର ୧୦/୬: ଓଡିଶାକୁ ଆସିବ ଏକମୋ (ECMO) ମେସିନ୍ । ଭୁବନେଶ୍ବରର ଏମ୍‌ସକୁ ଆସିବ ଏକମୋ।   ରାଜଧାନୀ ଭୁବନେଶ୍ବରରେ ଥିବା ଏମ୍ସକୁ ଆସିବ ଏବଂ ଏହା ଚଳିତ ମାସ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଜଣାପଡିଛି । ଏନେଇ  ଏକମୋ ମେସିନ୍‌ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରେ ବର୍ତ୍ତମାନ ଏହାର ଅଧିକ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ଏହାକୁ ଓଡିଶାକୁ ଉପଲବ୍ଧ କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କାରଣ ଏଠାକାର ରୋଗୀ ମାନେ ଏକମୋ ମେସିନର ସୁବିଧା ପାପାରୁ ନାହାନ୍ତ। ତେଣୁ ରୋଗୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟକୁ ଯିବାକୁ ବଧ୍ୟ ହେଉଛନ୍ତି । ବର୍ତ୍ତମାନ ଦୁଇଟି ଏକମୋ ମେସିନ୍‌ ଅର୍ଡର ଦିଆଯାଇଥିବା କହିଛନ୍ତି ଏମ୍ସର ସୁପରିଟେଣ୍ଡେଣ୍ଟ ।

ଏହା ପୂର୍ବରୁ କଟକ ଏସିବି ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲ୍‌ ୬ଟି ECMO ମେସିନ୍‌ ଲଗାଇବା ପାଇଁ ଗତକାଲି ସୂଚନା ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହା ବ୍ୟତୀତ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌ରେ ମଧ୍ୟ ଏହି ମେସିନ୍ ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥିପାଇଁ ସମସ୍ତ ଖର୍ଚ୍ଚ ସିଏସ୍‌ଆର୍ ଫଣ୍ଡରୁ ବହନ କରାଯିବ ବୋଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବେ ପୁଣି ଭୁବନେଶ୍ବରରେ ଥିବା ଏମ୍ସ ହସ୍ପିଟାଲରେ ମଧ୍ୟ ଏକମୋ ମେସିନ୍‌ ଲାଗିବ ବୋଲି ସୂଚନା ମିଳିଛି ।

ECMO ମେସିନ ଲାଗିବା ପରେ ଭୁବନେଶ୍ୱର ଏମ୍ସରେ ଗରୁତର କୋଭିଡ୍ ରୋଗୀ ଓ ଆଇସିୟୁରେ ଥିବା ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁନ୍‌ ମାସ ଶେଷ ସୁଦ୍ଧା ଗୋଟିଏ ECMO ମେସିନ ଲାଗିବ ଓ ପରବର୍ତ୍ତି ମସୟରେ ଅନ୍ୟ ECMO ମେସିନ କାର୍ଯ୍ୟକ୍ଷମ ହେବ ବୋଲି ଭୁବନେଶ୍ୱର ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Spread the love