ରାଜ୍ୟ ବଜେଟ : ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟବରାଦ କରାଗଲା

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା,ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୫୭୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅଟକଳ କରାଯାଇଛି, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୪.୪ ପ୍ରତିଶତ ଅଟେ ।

ନିମ୍ନରେ ଦେଖନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି।

-ଆଜିର ବଜେଟ ଉପସ୍ଥାପନରେ କାଳିଆ ଯୋଜନା ପାଇଁ ୧୮୦୦କୋଟି ଟଙ୍କା ବ୍ୟୟବରାଦ ରହିଛି।

-ବିହନ ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦କୋଟି ଅତିରିକ୍ତ ପାଣ୍ଠି ରଖାଯାଇଛି।

-ଏସିବିକୁ ଏମ୍ସ ପ୍ଲସ ଇନଷ୍ଟିଚ୍ୟୁଟରେ ପରିଣତ କରିବାକୁ ୩୫୦୦କୋଟି ବ୍ୟୟ ପ୍ରସ୍ତାବ।

-ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୫୪୨କୋଟିର ବ୍ୟୟବରାଦ।

-ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦କୋଟି ଟଙ୍କା ବ୍ୟୟବରାଦ।

-ରାଉରକେଲାରେ  ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟିର ବ୍ୟୟବରାଦ।

-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟିର ବ୍ୟୟ ପ୍ରସ୍ତାବ।

-ଉଦ୍ୟାନ କୃଷି ବିକାଶ ପାଇଁ ୧୩୨କୋଟିର ବ୍ୟୟବରାଦ।

-ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟିର ବ୍ୟୟ ପ୍ରସ୍ତାବ।

-ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟିର ବ୍ୟୟ ପ୍ରସ୍ତାବ।

-ଐତିହ୍ୟସ୍ଥଳୀର ସୁରକ୍ଷାୟ ଓ ସଂରକ୍ଷଣ ପାଇଁ ୮ କୋଟିର ବ୍ୟୟ ବରାଦ।

– ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ପ୍ରସ୍ତାବ।

-ମୋ ସ୍କୁଲ ଯୋଜନା ପାଇଁ ୨୫୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।

-ମୋ କଲେଜ ଯୋଜନା ପାଇଁ ୭ କୋଟିର ବ୍ୟୟ ବରାଦ।

-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ବ୍ୟୟବରାଦ।

-କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୨୨୫୮କୋଟି ଟଙ୍କା ବ୍ୟୟବରାଦ।

-ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦କୋଟି ବ୍ୟୟବରାଦ।

-ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟିର ବ୍ୟୟବରାଦ।

-ଗଭୀର ନଳକୂପ ଖନନ ପାଇଁ ୩୮୯କୋଟି ଟଙ୍କା ବ୍ୟୟବରାଦ।

-ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋଟିର ବ୍ୟୟବରାଦ।

-ଅଚଳ ଉଠା ଜଳସେଚନ ପଏଣ୍ଟର  ପୁନରୁଦ୍ଧାର ପାଇଁ ୧୬୦କୋଟିର ବ୍ୟୟ ବରାଦ।

-ବିପର୍ଯ୍ୟୟରେ ତ୍ବରିତ କ୍ଷତିପୂରଣ ପାଇଁ ୫୬୦କୋଟିର ବ୍ୟୟବରାଦ।

-ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫କୋଟିର ବ୍ୟୟବରାଦ।

-ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦କୋଟିର ବ୍ୟୟବରାଦ।

-ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ ହେବ। ଏହା ସହ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

-କୃଷି ବଜେଟ ପାଇଁ ମୋଟ ୧୭,୪୬୮କୋଟି ଟଙ୍କାର ବ୍ୟୟବରାଦ।

-ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭କୋଟି ବିନିଯୋଗ।

-ମନରେଗାରୁ ୧୯୬୬କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରାଯିବ।

-ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ

-ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ।

-ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କାର ପ୍ରସ୍ତାବ।

-ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।

-ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।

 

Spread the love