ଆଇନ ଜାଲରେ ଫସିଲେ ଆଲ୍ଲୁ ଅର୍ଜୁନ!

ହାଇଦ୍ରାବାଦ: ଅଡୁଆରେ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ବିଜ୍ଞାପନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଆଇନ ଜାଲରେ ଫଶିଲେ ଟଲିଉଡର ଏହି ଷ୍ଟାଇଲିଷ୍ଟ ଷ୍ଟାର। ତେଲେଙ୍ଗାନା ଷ୍ଟେଷ୍ଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନକୁ  ପକ୍ଷରୁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଛି। TSRTCର କର୍ମଚାରୀ ଏବଂ

ଯାତ୍ରୀଙ୍କୁ ସେ ଅପନାତିକ କରିଥିବା ଅଭିଯୋଗ ହୋଇଛି। ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ। ୟଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି। ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକଳି ଚରିତ୍ରରେ ନଜର ଆସିଛନ୍ତି। ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି। ଆପଣ ଆପ୍‌ ଜରିଆରେ ବାଇକରେ ବସି ଖୁବ୍‌ଶୀଘ୍ର ଓ ସଫଳତାର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଏଥିସହ ବସ୍‌ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି। ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ୍‌ ଆଡକୁ ଇସାରା କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Spread the love