ଶରୀରକୁ ସୁସ୍ଥ ରଖିବା ସହିତ ତାଜା ଓ ଶକ୍ତିଶାଳୀ ବନାଇଥାଏ ଚିନି, ଜାଣନ୍ତୁ କ’ଣ ରହିଛି ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକ କାମ ବୋଝ ଯୋଗୁ ଲୋକେ ଥକ୍କାପଣ ଅନୁଭବ କରୁଛନ୍ତି। କେବେ କେବେ ଅତ୍ୟଧିକ ଟେନ୍ସନ ଡିପ୍ରେସନର ରୂପ ନେଉଛି, ଯଦ୍ଦ୍ୱାରା ବ୍ୟକ୍ତିର ବୁଝିବା ଭାବିବା ଶକ୍ତି କ୍ଷୀଣ ହୋଇଯାଉଛି। କିନ୍ତୁ ଏବେ ଚିନ୍ତିତ ହେବାର କୌଣସି କାରଣ ନାହିଁ। କାରଣ, ଡିପ୍ରେସନରୁ ବଞ୍ଚିବା ପାଇଁ ମିଠା ସେବନ କରିପାରିବେ। ଏହା ଆପଣଙ୍କୁ ଡିପ୍ରେସନରୁ ମୁକ୍ତି ଦେଇ ପାରିବ। ଯେତେବେଳେ ବି ଆପଣଙ୍କୁ ଥକ୍କାପଣ ଅନୁଭବ ହେବ, ତ ଚିନିରେ ପ୍ରସ୍ତୁତ ଜିନିଷ ସେବନ କରନ୍ତୁ। ଏହା ଶରୀରରେ ସୁଗାର ମାତ୍ରାକୁ ଠିକ କରି ନୂଆ ଶକ୍ତି ଜାଗ୍ରତ କରିଥାଏ। ଯେମିତିକି, ଫରୁଟ୍ସ କଷ୍ଟାର୍ଡ, ଏକ ଗ୍ଲାସ ଜୁସ, ଗୋଟିଏ ଖଣ୍ଡ କେକ ଆଦି ଖାଇ ଆପଣ ନିଜକୁ ତାଜାପଣ ଅନୁଭବ କରେଇ ପାରିବେ। ନିଜ ସ୍ୱାସ୍ଥ୍ୟକୁ ସତେଜ, ସୁନ୍ଦର ବନାଇବା ପାଇଁ ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ କହିବାକୁ ଯାଉଛୁ।

ଚିନି ଓ ଲେମ୍ବୁ: ଯଦି ଆପଣ ନିଜ ଚେହେରାରେ ବ୍ରଣ ଆଦିକୁ ନେଇ ଚିନ୍ତିତ, ତ ଚିନିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏହାକୁ ନିଜ ଚେହେରାରେ ହାଲୁକା ହାତରେ ସ୍କ୍ରବ କରନ୍ତୁ।

ଖରାଦିନେ ଯଦି ଆପଣଙ୍କ ତ୍ୱଚା କଳା ପଡ଼ିଯାଇଛି, ତା’ହେଲେ ୨ ଚାମଚ କଫିରେ ୧ ଚାମଚ ଚିନି ମିଶାଇ ଏହାକୁ ପାଣିରେ ମିକ୍ସ କରି ନିଅନ୍ତୁ। ଏହି ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ। ଏଥିରେ ଆପଣଙ୍କ ଚେହେରା ସଫା ଏବଂ ଉଜ୍ଜ୍ୱଳ ଦେଖାଯିବ।

ସନ ଟ୍ୟାନିଂ ଯୋଗୁ ଚିନ୍ତିତ ଅଛନ୍ତି କି, ତା’ହେଲେ ଚିନି ସହିତ ଦହିର ଏକ ପେଷ୍ଟ ବନାଇ ଦିଅନ୍ତୁ। ଏହି ପେଷ୍ଟକୁ ନେଇ ନିଜ ଚେହେରାରେ ସ୍କ୍ରବ କରନ୍ତୁ। କିଛି ଦିନ ଭିତରେ ହିଁ ସନ ଟ୍ୟାନିଂରୁ ମୁକ୍ତି ମିଳିବ।

Spread the love