ଷ୍ଟାଇଲିଷ୍ଟ ଷ୍ଟାରଙ୍କ ଭ୍ୟାନିଟି ଭ୍ୟାନ୍‌ର ଦାମ୍ ଶୁଣିଲେ ଉଡିଜିବ ହୋସ୍, ବଙ୍ଗଳା ଭଳି ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ ୨୪।୦୧ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ରହିଛି। ସାଉଥର ଏହି ସୁପରଷ୍ଟାର ଏବେ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ଚାରିଆଡେ ତାଙ୍କର ଫିଲ୍ମ , ଗୀତ ଏବଂ ଷ୍ଟାଇଲକୁ ଚର୍ଚ୍ଚା ଚାଲିଛି। କିନ୍ତୁ ସମସ୍ତ ଜାଣିଛନ୍ତି କି ତାଙ୍କ ଘର କୌଣସି ବଙ୍ଗଳା ଠାରୁ କମ୍‌ ନୁହେଁ । ବହୁ ସମ୍ପତ୍ତିର ମାଲିକ ଅଟନ୍ତି ଅଲ୍ଲୁ । କିନ୍ତୁ ଆପଣ କଣ ଜାଣନ୍ତି କି ଅଲ୍ଲୁ ଅର୍ଜୁନ୍‌ଙ୍କ ଭ୍ୟାନିଟି ଭ୍ୟାନ ବିଷୟରେ । ଆଜି ଆମେ ଆପଣଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନ୍‌ ବିଷୟରେ କହିବାକୁ ଯାଉଛୁ। ଏହି ଭ୍ୟାନଟି ଆଲିଶାନ ମହଲ ଠାରୁ କମ୍‌ ନୁହେଁ । ତାହାର ଦାମ୍‌ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ ।

ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଦେଖିବା ପରେ ଆପଣଙ୍କ ଆଖି ଖୋଲା ହିଁ ଖୋଲା ରହିଯିବ। ତାଙ୍କ ଫ୍ୟାନ୍ସଙ୍କ ପାଇଁ ଭ୍ୟାନିଟୀ ଭ୍ୟାନର ଫଟୋ ସେୟାର କରନ୍ତି। ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନକୁ ରେଡ୍ଡି କଷ୍ଟମ କାରଓ୍ଵା ଡିଜାଇନ କରିଛନ୍ତି। ଏହି ଭ୍ୟାନର ଦାମ୍‌ ୭ କୋଟି ଟଙ୍କା। ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟୀ ଭ୍ୟାନର ଭିତରେ ତାଙ୍କ ନାମର ପ୍ରଥମ ଅକ୍ଷର ଲେଖା ହୋଇଛି। ଏହି ଭ୍ୟାନିଟୀ ଭ୍ୟାନର ଇଣ୍ଟେରିୟର ବ୍ଲାକ, ହ୍ଵାଇଟ ଏବଂ ସିଲଭର କଲର କରାଯାଇଛି।

ଯେତିକି ଭଲ ଲୁକ ଏହି ଭ୍ୟାନର ବାହାରେ ହୋଇଛି ସେତିକି ଲୁକ ଭ୍ୟାନର ଭିତରେ ବି କରାଯାଇଛି। ବାଥରୁମ ଠାରୁ ନେଇ ରେଷ୍ଟ ରୁମ ପର୍ଯ୍ୟନ୍ତ ଏହି ଭ୍ୟାନିଟୀରେ ଡିଜାଇନ୍‌ କରାଯାଇଛି। ଏହି ଭ୍ୟାନ୍‌ ଭିତରେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏକ ବଡ ବ୍ଳାକ କଲରର ବହୁତ ଆରାମଦାୟକ ସିଟ୍‌ ମଧ୍ୟ ରଖାଯାଇଛି। ଯାହାଉପରେ ଆକ୍ଟର ପ୍ୟାକଅପ୍‌ ପରେ ଆରାମ କରନ୍ତି। ଅଲ୍ଲୁଙ୍କ ଭ୍ୟାନିଟୀ ଭ୍ୟାନରେ ରେକଲାଇନର ଚେୟାର ଠାରୁ ନେଇ ଲେଦର ସିଟ, ବଡ ମିରର ଏବଂ ଏଣ୍ଟରଟେନମେଣ୍ଟ ପାଇଁ ଅନେକ ଜିନିଷରେ ସଜ୍ଜା ଯାଇଛି। ଅଲ୍ଲୁ ଅର୍ଜୁନ ଅଧିକାଂଶ ସମୟରେ ନିଜର ଭ୍ୟାନିଟୀ ଭ୍ୟାନରେ ହିଁ ଟ୍ରାଭେଲ କରନ୍ତି

Spread the love