ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଅର୍ପଣ ହେଲା ‘ଆମ ପାଞ୍ଜି’

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ‘ଆମ ପାଞ୍ଜି’ ଅର୍ପଣ ହୋଇଛି। ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଅର୍ପଣ କରିଛନ୍ତି। ପ୍ରତିବର୍ଷ ଭଳି ଏଇ ବର୍ଷ ମଧ୍ୟ ଲୋକାର୍ପଣ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଅର୍ପଣ କରାଯାଇଛି। ଏହି ସମୟରେ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଓ ପାଞ୍ଜିର ଗଣକ ଦୋଳଗୋବିନ୍ଦ ପଣ୍ଡା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିରରେ ଏବଂ ପୁରୀ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରତିବର୍ଷ ‘ଆମ ପାଞ୍ଜି’ ଅର୍ପଣ କରାଯାଇଥାଏ।

‘ଆମ ପାଞ୍ଜି’ ଅର୍ପଣ କରି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଯଥା ସମ୍ଭବ ନିର୍ଭୁଲ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି। ଓଡ଼ିଆ ସଂସ୍କୃତିରେ ପାଞ୍ଜିର ଆବଶ୍ୟକତା କଣ ରହିଛି, ତାହା ସମସ୍ତେ ଜାଣିଛନ୍ତି। ଆମର ୧୨ ମାସରେ ୧୩ପର୍ବ ତାକୁ ଆଖି ଆଗରେ ରଖି ପ୍ରସ୍ତୁତ କରିଛୁ। ଏହାକୁ ଲୋକମାନେ ସୁଲଭ ମୂଲ୍ୟରେ ପାଇ ପାରିବେ।

Spread the love