ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଭକ୍ତଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଏବଂ  ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି। କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରିଛନ୍ତି। କରୋନା ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର। ୨ ବର୍ଷ ପରେ ଭକ୍ତ ମାନେ ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ପାହାଡ଼ ଚଢ଼ିବା ସମୟରେ ଭକ୍ତ ମାନଙ୍କ କଣ୍ଠରେ ଶିବଙ୍କ ନାମ ଶୁଣିବାକୁ ମିଳୁଛି । ହର ହର ମହାଦେବ, ଭୋଲେ ବମ୍‌ ଆଦି ନାମ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଅମରନାଥ ପୀଠ । ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଜାମ୍ମୁ  କାଶ୍ମୀର ପୁଲିସ ଓ ସେନା ସବୁଠି ମୁତୟନ ହୋଇଛନ୍ତି । ସେନା ପକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ପୂର୍ବରୁ ଅମରନାଥ ଯାତ୍ରାକୁ ନେଇ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ସ୍ଥିତି ଉପରେ ଧ୍ୟାନ ରଖିବାକୁ ନିର୍ଦେଶ ଦେଇଥିଲେ ।

Spread the love