ରାମ ଚରଣଙ୍କ ଝିଅ ପାଇଁ ସୁନାର ପଲଙ୍କ ପଠାଇଲେ ଅମ୍ବାନୀ ପରିବାର, ମୂଲ୍ୟ ୧ କୋଟି ଟଙ୍କା!

ସୁପରହିଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଅଭିନେତା ରାମ ଚରଣ ନିକଟରେ ବାପା ହୋଇଛନ୍ତି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନି ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କପଲ୍‌ଙ୍କ ନହ୍ନିପରୀ କୌଣସି ସାଧାରଣ ପଲଙ୍କ ନୁହେଁ, ବରଂ ସୁନାର ପଲଙ୍କରେ ଶୋଇବ। ଆଉ ଏହି ପଲଙ୍କ ସେମାନଙ୍କୁ ଉପହାରରେ ମିଳିଛି।

ଏହି ସୁନାର ପଲଙ୍କ ଅମ୍ବାନୀ ପରିବାର ଭେଟି ଦେଇଛନ୍ତି। ଆଜି ରାମ ଚରଣ ଓ ଉପାସନା ନିଜ ଝିଅର ନାମକରଣ ଉତ୍ସବ ପାଳୁଛନ୍ତି। ଏହି ଉତ୍ସବରେ ବହୁ ବଡ଼ ତାରକା ଯୋଗ ଦେବାକୁ ଯାଉଛନ୍ତି। ଏହାରି ଭିତରେ ଖବର ଆସିଛି ଯେ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ କୁନି ଝିଅ ପାଇଁ ବହୁତ ସୁନ୍ଦର ଉପହାର ପଠାଇଛନ୍ତି।

ରିପୋର୍ଟରୁ ଜଣାପଡ଼ିଛି ଯେ ସୁପରଷ୍ଟାରଙ୍କ ଝିଅ ପାଇଁ ଏକ ସୁନାର ପଲଙ୍କ ପଠାଯାଇଛି, ଯାହାର ମୂଲ୍ୟ ୧ କୋଟି ଟଙ୍କା। ଏହି ପଲଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Spread the love