ଆମେରିକାରେ ଦରମା ପାଉନଥିବା କର୍ମଚାରୀଙ୍କୁ ପିଜ୍ଜା ଖୁଆଇଲେ ଜର୍ଜ ଡବ୍ଲୁ ବୁସ୍‌

ଆମେରିକାରେ ସରକାର ଆଂଶିକ ଅଚଳାବସ୍ଥା ବା ‘ସଟ୍‌ଡାଉନ୍‌’ରେ ଥିବା ବେଳେ ବିନା ବେତନରେ ତାଙ୍କ ପାଇଁ କାମ କରୁଥିବା ସିକ୍ରେଟ୍‌ ସର୍ଭିସର ଦଳେ କର୍ମଚାରୀଙ୍କୁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ୍‌ ପିଜ୍ଜା ଖୁଆଇଛନ୍ତି। ସେ ଏଜେଣ୍ଟ୍‌ମାନଙ୍କର ଏକ ଛୋଟ ଦଳକୁ ପିଜ୍ଜା ଦେଉଥିବାର ଦୃଶ୍ୟ ବୁସ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ୍‍ କରାଯାଇଥିବା ଏକ ଫଟୋରେ ଦେଖାଯାଉଛି।

ସେ ମଧ୍ୟ କହିଛନ୍ତି: ଉଭୟ ପକ୍ଷର ନେତାମାନେ ସମ୍ପ୍ରତି ରାଜନୀତିକୁ ପାଖେଇ ଦେଇ ମିଳିତ ଭାବେ ଅଚଳାବସ୍ଥା ଶେଷ କରିବା କଥା। ବୁସ୍‌ଙ୍କ ମୁଖପାତ୍ର ଫ୍ରେଡି ଫୋର୍ଡ କହିଛନ୍ତି ଶୁକ୍ରବାର ଦିନ ଫ୍ଲୋରିଡାରେ ଏହି ଫଟୋଟି ଉଠାଯାଇଥିଲା। କିନ୍ତୁ, କେଉଁ ସ୍ଥାନରେ ଫଟୋ ଉଠାଯାଇଛି, ସେ କଥା କହି ନାହାନ୍ତି।

Spread the love