ମଧ୍ୟପ୍ରାଚ୍ୟକୁ ଦ୍ୱିତୀୟ ଦ୍ୱିତୀୟ ବିମାନବାହକ ପଠାଇଲା ଆମେରିକା

ନ୍ୟୁୟର୍କ : ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଚାପ ପକାଇବା ପାଇଁ ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆକୁ ଦ୍ୱିତୀୟ ବିମାନବାହକ ଜାହାଜ ୟୁଏସ୍‌ଏସ୍ ଜେରାଲ୍ଡ ଆର ଫର୍ଡ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟୁଏସ୍‌ଏସ୍ ଫୋର୍ଡ ଓ ଏହାର ସହଯୋଗୀ ଯୁଦ୍ଧ ଜାହଜଗୁଡ଼ିକ କାରିବିଆନ ସାଗରରୁ ପଶ୍ଚିମ ଏସିଆ ଅଭିମୂଖେ ବାହାରିଛନ୍ତି । ପୂର୍ବରୁ ୟୁଏସ୍‌ଏସ୍ ଆବ୍ରାହମ ଲିଙ୍କନ ଓ ୩ଟି ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ତୁରନ୍ତ ଏକ ବୁଝାମଣା କରିବାକୁ ନଆସେ, ତେବେ ତାକୁ ଆହୁରି କଠୋର ପରିଣାମ ଭୋଗିବାକୁ ପଡ଼ିବ । ଇରାନ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛି । ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲାରିଜାନି କହିଛନ୍ତି ଯେ, ଓମାନରେ ଆମେରିକା ସହ ପରୋକ୍ଷ ଆଲୋଚନା ଜାରି ରହିଛି । କିନ୍ତୁ ଇରାନ ସ୍ପଷ୍ଟ କରିଛି ଯେ, ନିଜର ଶକ୍ତି ଉପାଦାନ, ଔଷଧ ତିଆରି ପାଇଁ ପରମାଣୁ ସମୃଦ୍ଧିକରଣ ପ୍ରକ୍ରିୟା ଜାରି ରଖିବେ । ଯଦି ଆମେରିକା ଆକ୍ରମଣ କରେ, ତେବେ ଇରାନ ଏହି ଅଞ୍ଚଳରେ ଥିବା ସାମରିକ ଘାଟିଗୁଡିକୁ ଟାର୍ଗେଟ କରିବ ବୋଲି ଚେତାବନୀ ଦେଇଛି । ଏବେ ଏହି ସ୍ଥିତି ବିଶ୍ୱ ରାଜନୀତିରେ ଉତ୍ତେଜନା ବୃଦ୍ଧି କରିଛି ।

Spread the love