୯୪ ପ୍ରତିଶତ ମାର୍କ ପାଇବି ଛାତ୍ରୀ ଫେଲ୍

ଉତ୍ତରପ୍ରଦେଶ ଆମେଠୀରେ ଦଶମ ଶ୍ରେଣୀ ପରୀକ୍ଷାରେ ଚମକାଇଦେବା ଭଳି ଫଳ ଆସିଛି । ଜଣେ ଛାତ୍ରୀ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ ପ୍ରତିଶତର ନଂ ରଖି ମଧ୍ୟ ଫେଲ ହୋଇଛନ୍ତି । ଶୁଣିବାକୁ ମିଳୁଛି ଯେ ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଛାତ୍ରୀ ଭାବନା ବର୍ମା ୯୪ ପ୍ରତିଶତ ମାର୍କ ପାଇଛନ୍ତି । ତେବେ ଏହି ମାର୍କ ପାଇବା ପରେ ମଧ୍ୟ ସେ ଫେଲ ହୋଇଛନ୍ତି । ପ୍ରାକ୍ଟିକାଲରେ ୧୮୦ ପାଇବା ବଦଳରେ ସେ ୧୮ ପାଇଛନ୍ତି । ୟୁପି ବୋର୍ଡ ଦ୍ୱାରା ଜାରି ରେଜଲ୍ଟରେ ଛାତ୍ରୀଙ୍କ ୪୦୨ ମାର୍କ ମିଳିଛି । ୬ଟି ବିଷୟର ପ୍ରାକ୍ଟିକାଲରେ ସେ ମାତ୍ର ୩ ନଂ ହିସାବରେ ୧୮ ନଂ ପାଇଛନ୍ତି । ସ୍କୁଲ ପ୍ରଶାସନର କହିବା ଅନୁସାରେ ଛାତ୍ରୀ ପାଠପଢାରେ ବହୁତ ଭଲ ।

ସ୍କୁଲର ପ୍ରାକ୍ଟିକାଲ ପରୀକ୍ଷାରେ ତାଙ୍କୁ ୩୦ ନଂ ଦିଆଯାଇଥିଲା । ତେବେ ବୋର୍ଡର ତ୍ରୁଟି କାରଣରୁ ସେ ପ୍ରତ୍ୟେକ ବିଷୟରେ ୩ ନଂ ଲେଖାଏଁ ପାଇଛନ୍ତି । ଯଦି ପ୍ରାକ୍ଟିକାଲର ମାର୍କକୁ ହିସାବକୁ ନିଆଯାଏ ତେବେ ସେ ୬ ଶହ ମାର୍କରୁ ୫୬୨ ନଂ ରଖିଥାନ୍ତେ । ଏହି ଅନୁସାରେ ସେ ୯୪ ପ୍ରତିଶତ ମାର୍କ ପାଇଥାନ୍ତେ । ତେବେ ବର୍ତ୍ତମାନ ତାଙ୍କୁ ଫେଲର ମାର୍କ ସିଟ୍ ମିଳିଛି । ଛାତ୍ରୀ ଏବଂ ତାଙ୍କ ପରିବାର ମାନସିକ ଭାବେ ଭାଙ୍ଗିପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ଅନୁଧ୍ୟାନ ପାଇଁ ସେ ଅନୁରୋଧ କରିଛନ୍ତି ।

Spread the love