ପାକିସ୍ତାନ ସୀମାରେ ମୁତୟନ ହେଲା ତେଜସ

ଚାଇନା ଓ ପାକିସ୍ତାନ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ପାକିସ୍ତାନର ସବୁ ପ୍ରକାରର ଗତିବିଧିକୁ ଚେକ୍‌ ଦେବା ପାଇଁ ଆଜି ଭାରତୀୟ ବାୟୁସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସକୁ ମୁତୟନ କରିଛି।ବାୟୁସେନାର ୱେଷ୍ଟଫ୍ରଣ୍ଟ ଅର୍ଥାତ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ହିଁ ଏହି ବିମାନ ପ୍ୟାଟ୍ରୋଲିଂ କରିବ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ବିମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସରେ ପ୍ରଶଂସା କରିଥିଲେ। ଏହାକୁ ହିନ୍ଦୁସ୍ତାନ ଏରୋନାଟିକ୍ସ ଲିଃ(ଏଚଏଏଲ) ନିର୍ମାଣ କରିଛି। ମୋଦି କହିଥିଲେ LCA- Mk IA versionର ଡିଲ୍‌ ଖୁବଶୀଘ୍ର ଶେଷ ହେବ। ଡିଲ ଅନୁଯାୟୀ, ଭାରତୀୟ ବାୟୁସେନା ପାଇଁ ୮୩ଟି LCA- Mk IA versionର ବିମାନ କିଣାଯିବ।

Spread the love