ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ରାଜ୍ୟରେ ‘ହାଇ ଆଲର୍ଟ’ ଜାରି

ସେହିପରି, ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ନିରାପତ୍ତା ‌ଏଜେନ୍‌ସି ସାବଧାନ କରାଇ ଦେଇଛି। ଆମ ଦେଶରେ ରହୁଥିବା ଇସ୍ରାଏଲ୍‌ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି। ଇସ୍ରାଏଲ୍‌ କୂଟନୀତିଜ୍ଞ, କର୍ମଚାରି ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ଗୋଆ ଆଦି ରାଜ୍ୟର କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି। ଇସ୍ରାଏଲ୍‌ରେ ହିଂସା ତେଜୁଥିବାରୁ ଆମେରିକା, ଇଂଲଣ୍ଡ୍‌ ଓ ଜର୍ମାନି ସମେତ ଅନେକ ଦେଶ ‘ସମ୍ଭାବ୍ୟ ଇହୁଦୀ ଆକ୍ରମଣସ୍ଥଳୀ’ ଓ ‘ପାଲେଷ୍ଟେନୀୟ ସମର୍ଥକ ପ୍ରତିବାଦକାରୀ’ ବହୁଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଠୋର କରିବା ପରେ ଭାରତରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Spread the love