ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି ଶାହା

ଅମିତ ଶାହା ଗୃହମନ୍ତ୍ରୀ ହେଲା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଆଗତ କରିଛନ୍ତି । ଏବଂ ବହୁତ ଚତୁରତାର ତାକୁ ଉଭୟ ଗୃହରେ ପାସ୍ କରି ଆଇନରେ ପରିଣତ କରିଛନ୍ତି । ଗୃହମନ୍ତ୍ରୀ ହେବାର ପ୍ରଥମ ପର‌୍ୟ୍ୟାୟରେ ଏନ୍ଆଏ ବିଲ୍ । ପରେ ଧାରା୩୭୦ ଓ ୩୫ କ ହଟାଇବା, ଏସପିଜି ସୁରକ୍ଷା ଆଇନରେ ପରିବର୍ତ୍ତନ, ଏବଂ ନାଗରିକ ସଂଶୋଧନ ବିଲ୍। ସବୁ ଵିଲକୁ ପାସ୍ କରିବାରେ ସାହା ବେଶ ସିଦ୍ଧହସ୍ତ । ଏଥିରେ ସନ୍ଦେହ ନାହିଁ ।
ଶାହା ଗୃହମନ୍ତ୍ରୀ ହେଲା ପରେ ବେଶ ଆକ୍ରମଣାତ୍ମକ ତେବର ଆପଣାଇଛନ୍ତି। ବିରୋଧୀଙ୍କ ସବୁ ରଣନୀତିକୁ ବିଫଳ କରି ଗୋଟେ ପରେ ଗୋଟେ ନୂଆ ଇତିହାସ ଲେଖିଚାଲିଛନ୍ତି । କାଶ୍ମୀରରୁ ୩୭୦ଧାରା ହଟାଇ ବିରୋଧୀଙ୍କ ନିଦ ହଯାଇ ଦେଇଥିଲେ ଶାହା । ଏତେ ଚତୁରତାର ସହ ବିଲକୁ ଆଣିଥିଲେ ଯେ ବିରୋଧୀ ତାର ସୁରାକ ବି ପାଇନଥିଲେ । ଏହା ପୂର୍ବରୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ସୁଚିନ୍ତିତ ରଣନୀତି କରିଥିଲେ ଶାହା । ଯାହା କି ବିରୋଧୀଙ୍କ ଚିନ୍ତାର ବାହାରେ ଥିଲା । ପରବର୍ତ୍ତୀ ସମୟରେ ଭାରତର ସର୍ବୋଚ୍ଚ ସୁରକ୍ଷା ଗାନ୍ଧୀ ପରିବାର ଠାରୁ ଉଠାଇଦେଇଥିଲେ । ଯାହାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶାହାଙ୍କ ଗୋଟି ଚାଳନା ସାମ୍ନାରେ ଫିକା ପଡ଼ି ଯାଇଥିଲେ ବିରୋଧୀ । ଆଉ ବର୍ତ୍ତମାନ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ କୁ ପୁଣି ଉଭୟ ଗୃହରେ ପାସ କରିଛନ୍ତି । ଯାହାକୁ ନେଇ ଏବେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରିରହିଛି । ଲୋକସଭାରେ ବିଜେପି ପାଖରେ ବହୁମତ ଥିବାରୁ ଏହା ସେଠି ସହଜରେ ପାସ୍ ହୋଇଗଲା । କିନ୍ତୁ ଏହା ଏକ ଏମିତିକା ବିବାଦୀୟ ବିଲ୍ ଥିଲା କି ରାଜ୍ୟସଭାରେ ପାସ୍ କରିବା କଷ୍ଟକର ପରି ଲାଗୁଥିଲା । କିନ୍ତୁ ସେଠି ମଧ୍ୟ ବିରୋଧୀଙ୍କୁ ଫେଲ୍ ହେବା ପାଇଁ ପଡିଥିଲା। ଏହି ବିଲ୍ ପାସ୍ କରିବା ଶାହାଙ୍କ ଏକ ଚ୍ୟାଲେଞ୍ଜ ଥିଲା କାରଣ ଏ ବିଲକୁ ନେଇ ନିଜ ଲୋକ ମଧ୍ୟ ଶତ୍ରୁ ହେବାର ସମ୍ଭାବନା ଥିଲା । ଏବଂ ବିରୋଧୀଙ୍କ ଆକ୍ରୋଶକୁ ମଧ୍ୟ ସମ୍ନା କରିବାର ଥିଲା । ସବୁ ପରିସ୍ଥିତିରେ ଚ୍ୟାଲେଞ୍ଜ ନେଇ କାମ କରି ବିରୋଧୀଙ୍କ ଆଖିରୁ ଏବେ ନିଦ ହଜେଇ ଦେଇଛନ୍ତି ଶାହା ।

Spread the love