ପଶ୍ଚିମବଙ୍ଗରେ ଏସ୍‌ଆଇଆର୍ ଦ୍ୱାରା ଅନୁପ୍ରବେଶକାରୀ ବିଦା ହେବେ: ଶାହା

କୋଲକାତା : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ଦୁଇଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ସରକାର ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଦେଉଛନ୍ତି । ରାଜ୍ୟର ଲୋକମାନେ ଏଥର ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଉପାଡ଼ି ଫୋପାଡ଼ି ଦେବେ ଓ ସେମାନଙ୍କ ବିଦାୟ ନେବାର ସମୟ ଉପନୀତ ହୋଇଛି । ସେ କହିଛନ୍ତି ଯେ, ମମତା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ଯେତେ ବିରୋଧ କରିବା କଥା କରନ୍ତୁ । କିନ୍ତୁ ଭୋଟର ତାଲିକାରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବାକୁ ପଡ଼ିବ । ଯେଉଁମାନେ ବାକି ରହିଯିବେ, ସେମାନଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ରାଜ୍ୟରୁ ବାହର କରିବେ । ୨୦୨୬ ବର୍ଷ ହେଉଛି ଟିଏମ୍‌ସିକୁ ଟାଟା, ବାଏ-ବାଏ କହିବାର ବର୍ଷ । ଆମେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ସରକାର ଗଢ଼ିଛୁ । ସେହିପରି ବର୍ଷ ଶେଷରେ ବିହାରରେ ପ୍ରଚଣ୍ଡ ବହୁମତରେ ସରକାର ଗଢ଼ିଛୁ । ଏଥର ପଶ୍ଚିମବଙ୍ଗର ପାଳି ବୋଲି ସେ କହିଛନ୍ତି । ସେହିପରି ସେ ଆନନ୍ଦପୁର ମୋମୋ କାରଖାନରେ ହୋଇଥିବା ଅଗ୍ନିକାଣ୍ଡ ଘଟରାରେ ୨୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨୭ ଜଣ ନିଖୋଜ ଅଛନ୍ତି । ଏହି କାରଖାନ କାହର ଟଙ୍କାରେ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୋଷୀମାନଙ୍କୁ ସରକାର ଘଣ୍ଟା ଘୋଡ଼ାଉଛନ୍ତି ବୋଲି ସେ କହିଛନ୍ତି । ଏପ୍ରିଲରେ ବିଜେପି ସରକାର ଆସିଲେ, ଦୋଷୀମାନଙ୍କୁ ଖୋଜି ଖୋଜି ଜେଲ୍ ପଠାଇବୁ ବୋଲି ଶାହା କହିଛନ୍ତି ।

Spread the love