ପୁରୀ ହେବ ଦେଶର ଆଧ୍ମାତିକ ରାଜଧାନୀ :ଅମିତ ଶାହା

ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ପୁରୀ ଗସ୍ତ କରି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଏକ ବିରାଟ ରୋଡ ସୋରେ ସାମିଲ ହୋଇଛନ୍ତି । ଏହି ରୋଡ ସୋ ପୁରୀ ଶ୍ରୀ ମନ୍ଦିରର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଡା. ସମ୍ବିତ ପାତ୍ର ଯୋଗ ଦେଇ ସାଧାରଣ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଲକ୍ଷ ଲକ୍ଷ ଲୋକ ସାଧାରଣ ଜନତା ଏହି ରୋଡ ସୋ ରେ ଭାଗ ନେଇ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ବିଜେପି ସରକାର କରିବା ପାଇଁ ସଂକଳ୍ପ ନେଇଥିଲେ । ରୋଡ ସୋ ପରେ ଶ୍ରୀ ଶାହା ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।

 

    ଓଡିଶାରେ ବିଜେପି ସରକାର ଆସିଲେ ବିଶେଷ କରି ପୁରୀକୁ ଦେଶର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ । ପୂଜାରୀ ବନ୍ଧୁ ଯୋଜନାରେ ପୂଜାରୀ ୧୦୦୦ ଟଙ୍କାର ମାସିକ ଆର୍ଥିକ ସହାୟତା ଦେବା ସହ ପୁରୀ ସହରକୁ ସ୍ମାର୍ଟ ସିଟିର ମାନ୍ୟତା ଦିଆଯିବ । ସେହିପରି ଚୈତନ୍ୟ ମହାପ୍ରଭୃଙ୍କ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକ ମାନଙ୍କୁ ଭାରତର ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ ସୁବିଧା କରାଯିବ ସହ ମହାପ୍ରଭୃଙ୍କ ରତ୍ନଭଣ୍ଡାର ଯାଂଚ ଏବଂ ନବକଳେବର ବିଭ୍ରାଟର ତଦନ୍ତ କରି ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା କହିଛନ୍ତି ।


ପୁରୀରେ ହୋଇଥିବା ଏହି ରୋଡ ସୋରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀଙ୍କ
ସମେତ ପୁରୀ ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଏବଂ ଲକ୍ଷାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

Spread the love