ଜାନୁଆରୀ 18ରେ ଓଡିଶା ଆସୁଛନ୍ତି ଅମିତ ଶାହା : ଅରୁଣ ସିଂ

 

ଜାନୁଆରୀ 18 ତାରିରେ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସୁଛନ୍ତି । ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ରାଜ୍ୟରେ ଥିବା ବିଭିନ୍ନ ଶକ୍ତି କେନ୍ଦ୍ରଗୁଡିକରେ ଯୋଗଦେବେ । ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ । 

ଅନ୍ୟପକ୍ଷରେ ରାଜ୍ୟ ବିଜେପି ମିଶନ 120 + ଲକ୍ଷ୍ୟରେ ଆଗେଇ ଚାଲିଛି ।  ପୂର୍ବଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି ।  ତୃଣମୂଳ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ।  ଅନ୍ୟପଟେ ରାଜ୍ୟକୁ ବିକାଶ ପଥରେ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି ।

ଆସନ୍ତା 5  ତାରିଖରେ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ମୋଦୀଙ୍କ ହସ୍ତପରେ ଜାନୁଆରୀ 18 ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସିବେ ।  

Spread the love