ଖଣିଜ ସମ୍ପଦରେ ଭରପୁର ଥିବା କେନ୍ଦୁଝରକୁ କିଛି ମିଳୁନାହିଁ: ଅମିତ ଶାହା
କେନ୍ଦୁଝରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦୁଝର ମାଟିରୁ ଅମିତ ଶାହା କହିଛନ୍ତି, ୫ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଏହି ୫ଟି ପର୍ଯ୍ୟାୟରେ ବିଜେପି ୩୧୦ରୁ ଅଧିକ ଆସନରେ ବିଜୟୀ ହୋଇସାରିଲାଣି । ଆଗାମୀ ୨ଟି ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ ।ଏହି ନିର୍ବାଚନ ମୋଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ କରିବାକୁ ହେଉଛି । ଆପଣଙ୍କ ପ୍ରତିଟି ଓଡ଼ିଶାକୁ ସମୃଦ୍ଧ କରିବ । ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ରାଷ୍ଟ୍ରପତି କରିଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାମ କରିଥିଲେ । ଏବେ ଏହାକୁ ଆଗକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଖଣିଜ ସମ୍ପଦରେ ଭରପୁର ଥିବା କେନ୍ଦୁଝରକୁ କିଛି ମିଳୁନାହିଁ ।
ଏହାସହ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ କଲ୍ୟାଣ ପାଇଁ ମାତ୍ର ୨୫ ହଜାର କୋଟି ମିଳୁଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏହାକୁ ବୃଦ୍ଧି ୧ ଲକ୍ଷ ୨୫ ହଜାର କୋଟି କରିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ ମୋଦୀ ସରକାର ଛିଡା କରିଥିବା ବେଳେ ୪୦ ହଜାର ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ।ବିଜେପି ଓଡ଼ିଶା ପାଇଁ ଯେଉଁ ସଂକଳ୍ପପତ୍ର ଆଣିଛି ସେଥିରେ କେନ୍ଦୁପତ୍ର ତୋଳାଳୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଆଦିବାସୀ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ମୋଦୀ ସରକାର। ଏହାସହ ବିଜେଡିକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, ଓଡ଼ିଶାରେ ତାମିଲ ଶାସନ ଚାଲିବ କି? ତାମିଲ ବାବୁ ଓଡ଼ିଶା ଚଲାଇବା କଥା କି? ବିଜେପି ସରକାର ଆସିଲେ, ଓଡ଼ିଆ କହୁଥିବା ଏବଂ ଓଡ଼ିଶାର ଯୁବକ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ନବୀନ ବାବୁ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇ ଯାଇଛନ୍ତି । ଏବେ ଓଡ଼ିଶାରେ ୨୫ ଲକ୍ଷ ଲୋକଙ୍କ ପାଖରେ ଘର ନାହିଁ, ୨୬ ଲକ୍ଷ ଲୋକଙ୍କ ଘରେ ପିଇବା ପାଣିର ସୁବିଧା ନାହିଁ । ବିଜେପି ସରକାର ଆସିଲେ ୨ ବର୍ଷରେ ପ୍ରତି ବ୍ୟକ୍ତିଙ୍କୁ ଘର ଓ ପାଣି ସୁବିଧା ଯୋଗାଇଦେବୁ । ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଆସିବ । ସେହିଭଳି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ସେହିଭଳି ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ ବୋଲି କହିଛନ୍ତି ଶାହା ।
ଓଡ଼ିଶାରେ ବିଜେପି ସରକାର ହେଲେ ମାତ୍ର ୨ ବର୍ଷ ମଧ୍ୟରେ ଦେଢ ଲକ୍ଷ ଯୁବକଙ୍କୁ ଚାକିରି ଦେବୁ । ରାଉରକେଲା, ସମ୍ବଲପୁର, ଧାମରା, ପାରାଦ୍ୱୀପରେ ଇଣ୍ଡଷ୍ଟ୍ରରିଆଲ କରିଡର କରିବା ସହ ୧୫ ଲକ୍ଷ ଘର, ୨୬ ଲକ୍ଷ ଘରକୁ ପାଣି ଦେବ ବିଜେପି ସରକାର । ଦେଶର ଯେକୌଣସି ସ୍ଥାନକୁ ଗଲେ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବୁ । ୫ ବର୍ଷରେ ଓଡ଼ିଶାକୁ ଦେଶର ନମ୍ବର-୧ ରାଜ୍ୟ ଭାବେ ଛିଡା କରିବୁ ।
ପ୍ରଧାନମନ୍ତ୍ରୀ ୫ କିଲୋ ଚାଉଳ ପଠାଉଥିବା ବେଳେ ନବୀନ ବାବୁ ଏହାକୁ ବ୍ୟାଗରେ ଭର୍ତ୍ତି କରି କହୁଛନ୍ତି ଆମେ ଚାଉଳ ଦେଉଛୁ । ୱାନ୍ ନେସନ, ୱାନ ରାସନ କାର୍ଡ ଉପରେ ରୋକ ଲଗାଇଛନ୍ତି ନବୀନ ସରକାର । ଯାହାଫଳରେ ବାହାରେ ରହୁଥିବା ଓଡ଼ିଆ ଶସ୍ତାରେ ରାସନ ପାଉନାହାନ୍ତି । କିନ୍ତୁ ବିଜେପି ସରକାର ଆସିଲେ ୱାନ୍ ନେସନ ୱାନ୍ ରାସନ ତୁରନ୍ତ ଲାଗୁ କରାଯିବ ।
ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । କଂଗ୍ରେସ ୭୦ ବର୍ଷ ଧରି ଏହାକୁ ବିରୋଧ କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । ପୂରା ଦେଶ ରାମ ଉତ୍ସବ ପାଳନ କଲା ବେଳେ ବିଜେଡି ସରକାର ରାମ ଉତ୍ସବରେ ସାମିଲ ହେବାକୁ ରାମଭକ୍ତଙ୍କୁ ଅଟକାଇଥିଲେ । ଏଭଳି ସରକାରକୁ ଭୋଟ ଦେବା କଥା ନୁହେଁ । ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲୁନାହାନ୍ତି ନବୀନ ସରକାର । କିନ୍ତୁ ବିଜେପି ସରକାର ଆସିବା କ୍ଷଣି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ୧୦୦ ଦିନ ମଧ୍ୟରେ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ ।
ନରେନ୍ଦ୍ର ମୋଦୀ ଏ ଦେଶକୁ ସୁରକ୍ଷିତ ରଖିବାକୁ କାମ କରୁଛନ୍ତି । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏବେ ପିଓକେର ପାଳି । କଂଗ୍ରେସ ନେତା ମଣିଶଙ୍କର ଆୟର କହୁଛନ୍ତି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ତେଣୁ ପିଓକେ କଥ ନ କହିବାକୁ ଭୟଭୀତ କରୁଛନ୍ତି । କଂଗ୍ରେସ ନେତାଙ୍କୁ ଯଦି ଡରିବାର ଅଛି ତ ଡରନ୍ତୁ , କିନ୍ତୁ ବିଜେପି କର୍ମୀ ଡରିବାର ନାହିଁ । ପିଓକେ ଭାରତର ଥିଲା ଆଗକୁ ମଧ୍ୟ ରହିବ । ଏହାକୁ ଆମେ ନିଶ୍ଚୟ ଆଣିବୁ । କଂଗ୍ରେସ ଶାସନରେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିଲା । କିନ୍ତୁ ମୋଦୀ ସରକାରରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଛୁ । ଇଣ୍ଡି ମେଣ୍ଟ ଜିତିଲେ ତାଙ୍କର ନେତା କିଏ ହେବ? ସେମାନଙ୍କ ମଧ୍ୟରୁ କେହି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇପାରିବ କି? ନରେନ୍ଦ୍ର ମୋଦୀ ପାଇକ ସଂଗ୍ରାମର ଡାକ ଟିକେଟକୁ ଉନ୍ମୋଚନ ଓଡ଼ିଶାର ଭାଷା ଓ ସଂସ୍କୃତିକୁ ସମ୍ମାନ ଦେଇଛନ୍ତି । ସମୃଦ୍ଧ ଓଡ଼ିଶାରେ ଜନତା ଗରିବ । କିନ୍ତୁ ଏବେ ସମୟ ଆସିଛି ସମୃଦ୍ଧ ଓଡ଼ିଶାର ଜନତା ମଧ୍ୟ ସମୃଦ୍ଧ ହେବେ । ନବୀନ ବାବୁଙ୍କୁ ୨୫ ବର୍ଷ ସୁଯୋଗ ଦେଲେଣି, ଓଡ଼ିଶା ଆଗକୁ ବଢିଛି କି? କିନ୍ତୁ ଏବେ ମୋଦୀଙ୍କୁ ୫ ବର୍ଷ ସୁଯୋଗ ଦିଅନ୍ତୁ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରି ଦେଖାଇବୁ ବୋଲି କହିଛନ୍ତି ଅମିତ ଶାହା । ଏହାସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ଅମିତ ଶାହା ।