ହେବିୱେଟ ଓ ଦଳୀୟ କର୍ମୀଙ୍କ ସହ ଲିଙ୍ଗରାଜଙ୍କ ଦର୍ଶନ କଲେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଶାହଙ୍କ ଗସ୍ତକୁ ନେଇ ଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଶାହ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ।

 

Spread the love