ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଚୋରଙ୍କୁ ବାଛି ବାଛି ଜେଲ ପଠାଯିବ : ଅମିତ ଶାହ

ଗତ ସାଢେ ୪ ମାସରେ ମୁଁ ୨୬୨ ଲୋକସଭା କ୍ଷେତ୍ରରେ
ପହଂଚି ସାରିଛି । ସାରା ଦେଶରେ କେବଳ ଗୋଟିଏ ନାରା ଶୁଣିବାକୁ ମିଳୁଛି ମୋଦି ମୋଦି । ପୂରା ଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ନିଷ୍ପତି ନେଇସାରିଛି । କେବଳ ମୋଦିଙ୍କୁ
ପ୍ରଧାନମନ୍ତ୍ରୀ ବନାଇଲେ ବେହନାହିଁ, ଭ୍ରଷ୍ଟାଚାର ବିଜୁ ଜନତା ଦଳ ସରକାରକୁ ରାଜ୍ୟରୁ ଉପାଡି ଫିଙ୍ଗିବାକୁ ପଡିବ

ଏକୁଟିଆ ମୋଦିଜୀ ଓଡିଶାର ବିକାଶ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟରେ ଏକ ମଜବୁତ ନେତୃତ୍ୱ
ଦରକାର । ଓଡିଆ ଭାଷାରେ କଥା ହୋଇପାରୁନଥିବା ମୁଖ୍ୟମନ୍ତ୍ରୀ, ଭଷ୍ଟାଚାର ଏବଂ ଦୁର୍ନୀତିରେ ଲିପ୍ତ ଥିବା
ସରକାରକୁ ଉପାଡି ଫିଙ୍ଗିବାକୁ କହିଛନ୍ତି । ଓଡିଶାରେ ବିଜେପିର ରାଲିକୁ ଦେଖି ବିଜେଡିର ନେତା ଏବଂ ବାବୁମାନଙ୍କର ନିଦ ହଜିଯାଇଛି । ସେମାନେ ଜାଣିସାରିଲେଣି କି, ରାଜ୍ୟରେ ବିଜେପି ସରକାର ହେବାକୁ ଯାଉଛି ବୋଲି ମୟୁରଭଂଜ ମୋରଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।
ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ବର୍ଷ ଭିତରେ କେବେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି । ୨୪ ଘଂଟାରୁ ୧୮ ଘଂଟା କାମ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ମୋଦି ସରକାର ଦେଶର ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇଛନ୍ତି । ୨ କୋଟି ଗରୀବଙ୍କ ଘରେ ବିଜୁଳି ପହଂଚାଇଛନ୍ତି । ୨.୫ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର କାର୍ଯ୍ୟ
କରିଛନ୍ତି । ୮ କୋଟି ଗରିବଙ୍କ ଘରେ ଶୌଚାଳୟ ପ୍ରଦାନ କରି ସମ୍ମାନର ସହ ବଂଚିବାର କାର୍ଯ୍ୟ ଏହି ମୋଦି ସରକାର କରିଛନ୍ତି । ମୋଦି ସରକାର ୫୦ କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ୫ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଯୋଗାଇବାର କାର୍ଯ୍ୟ କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ମାଗଣାରେ ୨୩ ଲକ୍ଷରୁ ଉଦ୍ଧ୍ୱର୍ ଅପରେସନ କରାଯାଇଛି । କିନ୍ତୁ ଦୁର୍ଭଗ୍ୟର କଥା ଓଡିଶାର କେହି ବି ଗରିବ ଏଥିରେ ସାମିଲ ହୋଇନାହାଁନ୍ତି
ା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଚାହୁଁ ନାହାଁନ୍ତି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରାଯିବ ।
ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା କାର୍ଯ୍ୟ ମୋଦି ସରକାର କରିଛନ୍ତି । ୧୦ ବର୍ଷ କଂଗ୍ରେସ ସରକାରରେ ପାକିସ୍ତାନରୁ କେହି ବି ଆଲିଆ, ମାଲିଆ, ଜମାଲିଆ ଭାରତରେ ପଶି ଆମ ଜବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ । ଏହା ସତ୍ୱେ ବି ମନମୋହନ ସରକାର ଚୁପ୍ ରହୁଥିଲେ । ଏବେ ପୁଲୱାମାରେ ଆତଙ୍କବାଦ
ହମଲା ହେବା ପରେ ମୋଦି ସରକାରଙ୍କ ନେତୃତ୍ୱରେ ବାୟୁସେନାର ଲଢାକୁ ବିମାନ ପାକିସ୍ତାନରେ ପଶି ଆତଙ୍କୀ
କ୍ୟାମ୍ପକୁ ସଂପୂର୍ଣ୍ଣଭାବେ ଧ୍ୱସଂ କରିଥିଲା । ଏହା ପୂର୍ବରୁ ମୋଦି ସରକାର ପାକିସ୍ତାନରେ ସର୍ଜିକାଲଷ୍ଟ୍ରାଇକ କରିଥିଲେ । ପାକିସ୍ତାନ ଉପରେ ଆକ୍ରମଣ ପରେ ପାକିସ୍ତାନ ଏବଂ ରାହୁଲ ବାବା ଏଣ୍ଡ କଂପାନୀ କାର୍ଯ୍ୟାଳୟରେ ରେ ସବୁଠୁ ଅଧିକ ନିରାଶା ଦେଖାଦେଇଥିଲା । କଂଗ୍ରେସ ନେତା ସାମପିଟ୍ରୋଡା କହୁଛନ୍ତି ବୋମା ନପକାଇ ସେମାନଙ୍କ ସହ ଆଲଚନା କର । ରାହୁଲ ବାବା ଏଣ୍ଡ କଂପାନୀ ଆତଙ୍କବାଦୀ ସହ ଆଲୋଚନା କରିବାକୁ
କହୁଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ସରକାର ପୂରା ସ୍ପଷ୍ଟ ଅଛନ୍ତି । ସେପଟୁ ଗୁଳି ଆସିଲେ ପେଟୁ ଗୋଳାଯିବ ଏବଂ ଇଟାର ଜବାବ ପଥରରେ ଦିଆଯିବ ବୋଲି ଶ୍ରୀ ଶାହା କହିଛନ୍ତି ।
ମୋଦି ସରକାର ଓଡିଶା ପାଇଁ ଅନକେ କାର୍ଯ୍ୟ କରିଛନ୍ତି । ଡିଏମଏଫ ମାଧ୍ୟମରେ ୬ ହଜାର କୋଟି
ଆଦିବାସୀ କଲ୍ୟାଣ ପାଇଁ ମିଳିଛି । ଗତ ୫ ବର୍ଷ ମଧ୍ୟରେ ଓଡିଶାର ଭତିଭୂମି ସୁଦୃଢ ପାଇଁ ୩ ଲକ୍ଷ କୋଟି ଟଙ୍କା
ଅନୁଦାନ ମିଳିଛି । ୧୦ କୋଟିରୁ ଉଦ୍ଧ୍ୱର୍ ଅର୍ଥରେ ସାଗରମାଳା ମାଧ୍ୟମରେ ୧୧ଟି ବିକାଶ ପରିଯୋଜନା  କରାଯାଇଛି । ସେହିପରି ରାଜ୍ୟରେ ଆଇଆଇଏସ, ଆଇଆଇଏମ, ଆଇଆଇଟି, ଏମ୍ସ ଆଦି ଖୋଲିବାର କାର୍ଯ୍ୟ
ବିଜେପି ସରକାର ହିଁ କରିଛି । ଅନ୍ୟପଟେ ବିଜେଡି ସରକାର ଚିଟଫଣ୍ଡରେ ଗରିବ ଲୋକଙ୍କ ହଜାର କୋଟି ଟଙ୍କା
ବିଜେଡି ନେତା ଖାଇଯାଇଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତଥିବା ଜୋଷୀଙ୍କୁ ଜେଲକୁ ପଠାଯିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଓଡିଶା ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ଓଡିଶା ସମୃଦ୍ଧ ହେଲା କିନ୍ତୁ ଓଡିଆ ଲୋକ ସମୃଦ୍ଧ ହୋଇପାରିଲେ ନାହିଁ । ଖଣିଜ ପଦାର୍ଥରେ ବିଜେଡି ଘୋଟାଲା କରିଛି । ଜଷ୍ଟିସ ଏମ.ଡି ଶାହା କମିଶନ ବସିବା ପରେ ରାଜ୍ୟ ସରକାର ସହେଯାଗ କଲେ ନାହିଁ । ହଜାର ହଜାର କୋଟି ଟଙ୍କା ବିଜେଡି ନେତା ଏବଂ ଓଡିଶା ସରକାରଙ୍କ ବାବୁ ଖାଇଗଲେ । ବିଜେପି ସରକାର ଆସିଲେ ଓଡିଶାର ପଇସା ଯେଉଁମାନେ ଖାଇଛନ୍ତି ସେମାନଙ୍କୁ ଓଲଟା  ଲଟକେଇକି ସିଧା ପଇସା ଆଦାୟ କରିବାର କାମ ବିଜେପି ସରକାର କରିବ ବୋଲି ଶ୍ରୀ ଶାହା କହିଛନ୍ତି ।

ଶ୍ରୀ ଶାହା କହିଛନ୍ତି ଯେ, ଚାଷୀ ଏଠାରେ ବହୁତ ଅସୁବିଧାରେ ଚଳୁଛି । ମୟୁରଭଂଜରେ ଅନେକ
ପର୍ଯ୍ୟଟନର ସୁବିଧା ରହିଛି । କିନ୍ତୁ ନବୀନ ସରକାର କିଛି କରିନାହାଁନ୍ତି । ଓଡିଶା ଜଗନ୍ନାଥ ସଂସ୍କୃତି, ଓଡିଶି ନୃତ୍ୟ
ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ଏବେ ଓଡିଶା ହିଂସାର ସ୍ଥାନ ପାଲଟିଛି । ନବୀନ ବାବୁ ଶାନ୍ତି ଭଙ୍ଗ କରିଛନ୍ତି । ବିଗତ  ଦିନରେ ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତାଙ୍କ ଉପରକୁ ଆକ୍ରମଣ ହୋଇଛି । ୧୦ରୁ ଅଧିକ ବିଜେପି
କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ଓଡିଶାରେ ହିଂସା ଏବଂ ହତ୍ୟାର ସ୍ଥାନ ନାହିଁ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ
ବିଜେଡି ସରକରାକୁ ଉପାଜଡି ଫିଙ୍ଗିଦିଅନ୍ତୁ । ବାବୁମାନେ ବି କାନ ଖୋଲି ଶୁଣ ପାପର ଗଡା ଭରିଗଲାଣି ।  ବିଜେପି ସରକାର ଆସିବାର ସମୟ ହେଲାଣି । କଡାଗଣ୍ଡା ହିସାବ ଦେବାର ସମୟ ଆସିଗଲାଣି ବୋଲି ଶ୍ରୀ ଶାହା
କହିଛନ୍ତି ।  ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟରେ କ୍ଷୁଦ୍ର ଚାଷୀଙ୍କୁ ବିନା ସୁଦ୍ଧରେ ରୁଣ ଯୋଗାଇ ଦିଆଯିବ
ା କୃଷକଙ୍କୁ ମାସକୁ ୩ ହଜାର ପେନସନ ପ୍ରଦାନ କରାଯିବ । ୧ ଲକ୍ଷ କୋଟି ଖର୍ଚ୍ଚରେ ସିଂଚାଇ ଯୋଜନାରେ
ମହାନଦୀ ଏବଂ ଅମ୍ୟ ନଦୀରୁ ପାଣି ଆଣି ଚାଷୀର ଜମିରେ ପହଂଚାଯିବ । କେଜିରୁ ପିଜି ପର୍ଯ୍ୟାନ୍ତ ସମସ୍ତ ଶିକ୍ଷା
ମାଗଣାରେ ଦିଆଯିବ । ପ୍ରତ୍ୟେକ ପରିବାରର ଜଣକୁ ରୋଜଗାର ଦିଆଯିବ । ୨ ବର୍ଷ ଭିତରେ ସମସ୍ତ ସରକାରୀ
ପଦବୀ ପୂରଣ କରାଯିବ । ୧ ପ୍ରତିଶତ ଋଣରେ ଯୁବକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଆଦିବାସୀ
ବନ୍ଧୁଙ୍କୁ ଏକ ବର୍ଷ ଭିତରେ ଜମିର ପଟ୍ଟା ଦିଆଯିବ । ୩ ମାସ ଭିତରେ ଜଙ୍ଗଲ ଜାତ ଦ୍ରବ୍ୟକୁ ଏମଏସପିରେ
ଖରିଦ କରାଯିବ । କେନ୍ଦ୍ୁପତ୍ର ଉପରେ ଜିଏସଟି ଫ୍ରି କରାଯିବ । ସମ୍ବିଧାନର ୮ ସୂଚିରେ ହୋ ଏବଂ ମୁଣ୍ଡାରି  ଭାଷାକୁ ସାମିଲ କରାଯିବ । ରୋଜଗାର ପାଇଁ କାହାକୁ ଗୁଜୁରାଟ ଏବଂ ମହାରାଷ୍ଟ୍ର ଯିବାକୁ ପଡିବନି ।

ଏଠି ଯୁବକ କାମ କରି ବାପା ମା ଏବଂ ପତ୍ନୀଙ୍କ ସହ ରହିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା ସମସ୍ତ ବିଧାୟକ ପାର୍ଥୀଙ୍କୁ ଜିତାଇବା ସହ ମୟୁରଭଂଜର ସାଂସଦ ପାର୍ଥୀ ବିଶେଷ୍ୱର ଟୁଡୁଙ୍କୁ
ଜିତାଇବା ପାଇଁ ଅପିଲ କରିବା ସହ ଓଡିଶାରେ ପରିବର୍ତନ ଆଣିବା ପାଇଁ କହିଥିଲେ ।

Spread the love